ଅଫେରା ରାଇଜରେ ସାମ୍ବାଦିକ ଅରୁଣ ପଣ୍ଡା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଙ୍କ ୭୬ ବର୍ଷ ବୟସ ରେ ସିଡିଏ ସେକ୍ଟର ୬ ସ୍ଥିତ ତାଙ୍କ ବାସଭବନ ରେ ପରଲୋକ l ସେ ଗତ ୨ ମାସ ହେବ କର୍କଟ ରୋଗ ରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ରେ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ l ଶ୍ରୀଯୁକ୍ତ ପଣ୍ଡା ୧୯୮୪ ରେ ଦୈନିକ ସମାଜ ରେ ଭ୍ରାମ୍ୟମାଣ ପ୍ରୀତିନିଧି ଭାବରେ ସାମ୍ବାଦିକତା ଆରମ୍ଭ କରିଥିଲେ l

ଜଣେ ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ଥିଲା ସମଗ୍ର ରାଜ୍ୟରେ l କଟକ ସମେତ ସେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ସମାଜ ର ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଛନ୍ତି l ଜଣେ ସାମ୍ବାଦିକ ହେବା ସହିତ ଜଣେ ସୁବକ୍ତା ଓ ଲେଖକ ଭାବରେ ସେ ବେଶ ଜଣାଶୁଣା ଥିଲେ l ତାଙ୍କ ଲିଖିତ ଗୋପବନ୍ଧୁ ଐତିହ୍ୟ ର ବାହକ, ସତ୍ୟମ ବୃୟାତ, କୌଟୁଲ୍ୟ ଅର୍ଥ ଶାସ୍ତ୍ର, ରାଷ୍ଟ୍ର ଭକ୍ତ ଚାଣକ୍ୟ, ଚିନ୍ତା ଚିରନ୍ତନ, ବିପ୍ଲବୀ ଧରଣୀଧର, ଅରଣ୍ୟକ ମଣିଷ, ମସି ମନ୍ଥନ, ସେକାଳ ସକାଳ, ଭାରତୀୟ ସଂସ୍କୃତି ରେ ବିଶ୍ୱ ପରିକ୍ରମା ଆଦି ଅନେକ ପୁସ୍ତକ ର ସେ ରଚୟିତା ଥିଲେ l

ସେ ୧୯୪୬  ରେ ଛାତ୍ର ଆନ୍ଦୋଳନ ରେ ଭାଗ ନେଇ ୧୮  ମାସ କାରବାରଣ କରିଥିଲେ l ଆଜି ତାଙ୍କ ବିୟୋଗ ରେ ସମଗ୍ର ସାମ୍ବାଦିକତା, ସାହିତ୍ୟିକ ତଥା ବୁଦ୍ଧିଯିବି ମହଲ ରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କ ପରଲୋକ ଖବର ରେ ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ କାନନ ଦାସ, ପ୍ରମୋଦ ମହାପାତ୍ର, ବିଧାୟକ ମହମ୍ମଦ ମୋକିମ, ଦେବାଶିଷ ସାମନ୍ତରାୟ ଡ଼ ପ୍ରଭାତ ରଞ୍ଜନ ବିଶ୍ୱଳ, ମେୟର ସୁବାସ ସିଂହ ସମୀର ଦେ ଜିଲ୍ଲାପାଳ ନରହରି ସେଠି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here