ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଥିବା ବେଳେ ସାରା ଓଡିଶା ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳୁଛି I ସହର ଠାରୁ ଗାଁ ବିଭନ୍ନ ଜାଗାରେ ଦେଖିବାକୁ ମିଳୁଛି ଉତ୍ସାହ ଓ ଶ୍ରୀରାମଙ୍କ ପାଇଁ ଥିବା ଭକ୍ତି ଭାବ I ଶ୍ରୀ ପ୍ରଭୁଙ୍କ ରାମ ନାମରେ କମ୍ପୁଛି ଓଡିଶାର ପୁର ପଲ୍ଲୀ , ଦେଖିବାକୁ ମିଳୁଛି ଶ୍ରୀରାମଙ୍କ ସହ ସହ ଭକ୍ତଙ୍କୁ I ଶ୍ରୀରାମଙ୍କ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାକୁ ନେଇ ଚଳଚଞ୍ଚଳ ରାମ ଭକ୍ତ, ବୃଦ୍ଧ,ବୃଦ୍ଧI ଙ୍କ ଠାରୁ ଆରମ୍ଭ କରି କୁନି କୁନି ଛୁଆଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଜୟ ଜୟ ଶ୍ରୀରାମ I ଏହି ଭଳି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମେତ ସାତ ଗୋଟି ବ୍ଲକର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ଏବଂ ସମସ୍ତ ରାମ ଭକ୍ତମାନେ ବିଶାଳ ରାଲି ମାଧ୍ୟମରେ ଶ୍ରୀରାମଙ୍କ ଭଳି ସାଜସଜା ହୋଇ ବାଜା ବଜାଇବା ସହ ସହର ପରିକ୍ରମା କରୁଛନ୍ତି । ସହର ସାରା ରାମମୟ ହୋଇଥିବା ବେଳେ ସନ୍ଧ୍ୟାରେ ଦିପାବଳୀ ପାଳନ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରତେକ ସହର ଓ ପ୍ରତେକ ଘରେ ରାମଙ୍କୁ ବିଭନ୍ନ ପୂଜାଅର୍ଚନା କରି ସମସ୍ତ ରାମ ମନ୍ଦିର,ରାଧାକୃଷ୍ଟ ମନ୍ଦିର ଓ ହନୁମାନ ମନ୍ଦିର ଠାରେ ହନୁମାନ ଚାଳିସା,ନାମ ଯଜ୍ଞ, ହୋମ ଯଜ୍ଞ, ଘୃତ ଯଜ୍ଞ ଓ ପରିବାରର ମଙ୍ଗଳ କାମନା କରିବା ସହ ଶେଷରେ ଅନ୍ନ ଯଜ୍ଞର ଆୟୋଜନ ହୋଇଛି । ଏହା ସହ ବିଭିନ୍ନ ଜିଲ୍ଲାରେ ଶ୍ରୀରାମଙ୍କ ଭକ୍ତମାନେ ଭିନ୍ନ ଭିନ୍ନ ଢଙ୍ଗରେ ରାମ ଓ ହନୁମାନଙ୍କ ଚାଳିଶ ପାଠ କରି ଉତ୍ସାହିତ ଅଛନ୍ତି I ଏହି କୁହୁଡି ଭରା ଝିପ ଝିପ୍ ବର୍ଷାକୁ ମଧ୍ୟ ଭକ୍ତମାନେ ଖାତିର ନକରି ଏହି ଉତ୍ସବ ପାଳନ କରୁଛନ୍ତି । ଦୀର୍ଘ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ସମସ୍ତଙ୍କମୁହଁରୁ ରାମ ଲାଲାଙ୍କ ଜୟ ଜୟକାର ଶୁଣିବାକୁ ମିଳିଛି I ଅଯୋଧ୍ୟାରୁ ସିଧା ପ୍ରସାରଣ ଭକ୍ତମାନେ ଦେଖି ଖୁସିରେ ଶ୍ରୀରାମ ଧ୍ୱନି ଓ ହୁଳହୁଳୀରେ କମ୍ପୁଛି ସହର ।