ବିପ୍ଲବୀ ପରିକ୍ରମା ବ୍ୟୁରୋ :- -ହଜାର ବର୍ଷ ର ପୁରାତନ ନେତାଜୀଙ୍କ ର ଜନ୍ମ ମାଟିରେ ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ୧୨୭ ତମ ଜୟନ୍ତୀ ସମାରୋହ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ନେତାଜୀଙ୍କ ଜନ୍ମ ସ୍ଥାନ ତଥା ଜାନକୀ ନାଥ ଭବନ ଠାରେ ସରକାରୀ, ବେସରକାରୀ ଏବଂ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ସଂଗ୍ରହାଳୟ ଠାରେ ବିଶିଷ୍ଟ ବ୍ୟକ୍ତି ମାନେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସହରର ଗଳି କନ୍ଦି ଠାରୁ ଆରମ୍ଭ କରି ରାସ୍ତାଘାଟ ଏବଂ ସର୍ବ ପରି ନେତାଜୀଙ୍କ ଜନ୍ମ ସ୍ଥାନରେ ଜୟ ହିନ୍ଦ୍ ଓ ନେତାଜୀ ଆମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା। ବିଭିନ୍ନ ରାଜନୈତିକ, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ନେତାଜୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା।
ଜିଲ୍ଲା ସୂଚନା ଲୋକ ସମ୍ପର୍କ ପକ୍ଷରୁ ପ୍ରାତରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ରାମ ଧୁନ ପରିବେଷଣ କରାଯାଇଥିଲା। ପରେ ପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ଏଥି ସହିତ ନେତାଜୀଙ୍କ ଜନ୍ମ ଦିବସ ଅବସରରେ ବ୍ଲଡ଼ ଡୋନର କାଉନସିଲ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ସାଂସଦ ଭତୃହରି ମହତାବ ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାର ଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ସଂଗ୍ରହାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ବୋଧିତ କରିଥିଲେ। ଏଥି ସହିତ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଅନୁଷ୍ଠିତ ମୃଣ୍ମୟ ଭାସ୍କର୍ଯ୍ୟ ପରିଦର୍ଶନ କରି ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।