ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାରିପଦା ମୁର୍ଗାବାଡି ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଏକ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଳା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ ଏବଂ ସମଗ୍ର ଶିକ୍ଷା ମୟୂରଭଞ୍ଜର ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ପ୍ରତ୍ୱେକ୍ଷ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ଓ ସ୍ବେଛାସେବୀ ସଂଗଠନ ସାଧନାର ନିର୍ଦେଶକ ରଞ୍ଜିତ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିଗଣ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୁଇୟସୀ ପ୍ରଶଂସା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଥିବା ଲୁକାଇତ ପ୍ରତିଭାର ପରି ବିକାଶ କରିବା ପାଇଁ ଏହା ଏକ ମାଧ୍ୟମ ବୋଲି କହିଥିଲେ ।

ଜିଲ୍ଲାର ୨୬ ଗୋଟି ବ୍ଲକରୁ ୨୬୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ୭୮ ଜଣ, ଚଳନ ଶକ୍ତି ରହିତ ବିଭାଗରୁ ୭୮ ଜଣ, ମାନସିକ ଅନଗ୍ରସର ବିଭାଗରୁ ୫୨ ଜଣ ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ ୫୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତେବେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରତ୍ୟକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ନଗଦ ରାଶି ସହ ମାନପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here