ବୃଦ୍ଧା ଙ୍କୁ ସହାୟତା ରାଶି ପ୍ରଦାନ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି ଗସ୍ତ ସମୟରେ ସେ କାଶୀନଗର ଠାରେ ଆୟୋଜିତ ଜନସମାବେଶରେ ଯୋଗ ଦେବାପାଇଁ ଯାଉଥିବା ସମୟରେ କାଶୀନଗର ସହରର ୱାର୍ଡ ନଂ-୧ ଅନ୍ତର୍ଗତ ହରିଜନ ସାହିର ଜଣେ ବୃଦ୍ଧା ବି.ସନ୍ୟାସୀ ଆମ୍ମା (୬୦) ୫ଟି ଅଧ୍ୟକ୍ଷଙ୍କ କାର ନିକଟକୁ ଯାଇ ଭେଟି ଗୁହାରି କରିଥିଲେ । କାର୍ଯ୍ୟବ୍ୟସ୍ଥତାରେ ଥିଲେ ମଧ୍ୟ ବୃଦ୍ଧାଙ୍କୁ ଡାକିବା ସହ କଥାବାର୍ତ୍ତା ହୋଇ ଦୁଃଖସୁଖ ବୁଝିଥିଲେ । ଏନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବାପରେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ବୃଦ୍ଧା ଜଣଙ୍କୁ ସହାୟତା ରାଶି ପ୍ରଦାନ କରିବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତତ୍ୱନୁଯାୟୀ ଗତ କାଲି ଜିଲ୍ଲା ପ୍ରଶାସନ ବୃଦ୍ଧାଙ୍କ ତଥ୍ୟ ବାହାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିରିଶି ହଜାର ଟଙ୍କା ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ଏହି ଅବସରରେ ବିଜେଡି ଜିଲ୍ଲା ସଭାପତିଙ୍କ ପ୍ରମୁଖ ଉପସ୍ଥିତଥିଲେ । ସହାୟତା ରାଶି ପାଇବା ପରେ ବି.ସନ୍ୟାସୀ ଆମ୍ମା ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ, ଗଜପତି ଜିଲ୍ଲା ପ୍ରଶାସନ ଏବଂ କାଶୀନଗର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here