ବାରିପଦା ( ବିପ୍ଲବୀ ପରିକ୍ରମା ):- ପବିତ୍ର କ୍ଷେତ୍ର ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହିତ ଉତ୍ସବର ଆଧ୍ୟାତ୍ମିକ ପରିବେଶ ରହିଥିବା ବେଳେ ବାରିପଦା ବେଲଗଡ଼ିଆ ସ୍ଥିତ ଆଧାର ପବ୍ଲିକ ସ୍କୁଲରେ ମଧ୍ୟ ଧୁମଧାମର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଧାର ଅନୁଷ୍ଠାନର ସମ୍ପାଦିକା ପ୍ରଣତି ଦାସଙ୍କ ପ୍ରତକ୍ଷ ତତ୍ୱାବଧାନ ଏବଂ ସ୍କୁଲର ଶିକ୍ଷୟିତ୍ରୀ ଅପର୍ଣ୍ଣା ଦାସ,କଳ୍ପନା ମଣ୍ଡଳ,ତୃପ୍ତି ଦାସ ଏବଂ ଅଭିଭାବକ ମାନଙ୍କ ଉପସ୍ଥିତିରେ କୁନି କୁନି ପିଲାମାନେ ରାମ,ଲକ୍ଷ୍ମଣ,ମାତା ସୀତା ଏବଂ ହନୁମାନ ଙ୍କ ବେଶ ଧାରଣ କରି ଜୟ ଶ୍ରୀରାମଙ୍କ ନାମରେ ଏକ ରାଲିରେ ନଗର ପରିକ୍ରମା କରି ଅଂଚଳରେ ରାମମୟର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ସ୍କୁଲ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏହାପରେ ସ୍କୁଲ ରେ ଶିକ୍ଷୟିତ୍ରୀ ଏବଂ କୁନି ପିଲାମାନଙ୍କ ଦ୍ୱାରା ହନୁମାନ ଚାଲିଶା ପାଠ କରିବା ସହ ପୂଜାର୍ଚନା,ନାଚ,ଗୀତର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ସମସ୍ତ କୁନି ଛାତ୍ରଛାତ୍ରୀ , ଅଭିଭାବକ, ଏବଂ ଶିକ୍ଷୟିତ୍ରୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରସାଦ ସେବନ କରିଥିଲେ।