ଗଜପତି ( ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ‘ବିଶ୍ବ ଓଡିଆ ଭାଷା ସମ୍ମିଳନୀ’ ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି” ଶିର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ “ଏଥିରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ କରି ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ। ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ କିମ୍ବଦନ୍ତୀ ଓ କାହାଣୀକୁ ଉପଦେଶ ଛଳରେ କହି ପିଲାଙ୍କୁ ସ୍ଥିତପ୍ରଜ୍ଞ, ସାହସୀ ଓ କର୍ମକୁଶଳୀ ହେବା ପାଇଁ ପ୍ରରୋଚନା ଦେଇଥିଲେ। ଏବଂ ଆଜିର ଦିନଟି “ଭୋଟର ଦିବସ” ହୋଇଥିବା ହେତୁ ଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଉପରେ ମଧ୍ୟ ସଚେତନ କରାଇଥିଲେ ।
ସେହିପରି ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରୀନା ସାହୁ ଜଗନ୍ନାଥ ସଂସ୍କୃତିକୁ ନେଇ ଉଦ୍ଧେଶ୍ୟ ବିଷୟରେ ବୁଝାଇଥିଲେ।
ଆଜି କାର୍ଯ୍ୟକ୍ରମର ଆକର୍ଷଣୀୟ ବିଷୟ ଥିଲା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ ଦୀପ୍ତିରାଣୀ ମଲ୍ଲିକକୁ ମଞ୍ଚାସୀନ ଅତିଥି ବୃନ୍ଦ ତାଙ୍କ ବସିବା ସ୍ଥାନକୁ ଆସି ପୁରସ୍କାର ପ୍ରଦାନ କରିଥିଲେ । ଜଗନ୍ନାଥ ସଂସ୍କୃତିର ଏହା ହିଁ ମହିମା।
ଆଲୋଚନା ଚକ୍ରର ପ୍ରାରମ୍ଭରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ, ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଅଧ୍ୟାପିକା ବରଦା ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏବଂ ଅଧ୍ୟାପିକା ତ କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷଣ କର୍ମଚାରୀବୃନ୍ଦ ତଥା ଛାତ୍ରୀମାନେ ଉପସ୍ଥିତ ଥିଲେ।