ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ଗଜପତି ଜିଲ୍ଲାପାଳ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏଥିସହ ଗଜପତି ପୋଲିସ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି, ରେଡକ୍ରସ ଆଦି ଦଳ ପକ୍ଷରୁ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଛନ୍ତି। ଜିଲ୍ଲା ଗଠନ ପାଇଁ ତାଙ୍କ ଅଦମ୍ୟ ପଦକ୍ଷେପ ଯୋଗୁଁ ଆଜି ଏଭଳି ଜାତୀୟ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ପାଳନ କରିପାରୁଛନ୍ତି ଜିଲ୍ଲାବାସୀ।

ଏଥିସହିତ ପବିତ୍ର ମହେନ୍ଦ୍ରଗିରିର ମାହାତ୍ମ୍ୟ ଯାହା ଜିଲ୍ଲାର ଏକ ଐଶ୍ୱରୀୟ ଅବସ୍ଥିତି ବୋଲି ଉପସ୍ଥାପନ କରିବା ସହ ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନର କର୍ଣ୍ଣଧାର ପ୍ରଜାବତ୍ସଳ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ, ପୁଣି ଏହି ପବିତ୍ର ମହେନ୍ଦ୍ର ମାଟିର ସୁନାମଧନ୍ୟ ସ୍ବାଧିନତା ସଂଗ୍ରାମୀ ନାରାୟଣ ପାତ୍ର, ବଳରାମ ପଣ୍ଡା, ଆପନ୍ନା ପାତ୍ର, ମାଧବ ରାଉତ, ରସିକ ଜେନା, ଯୁଗଳ କିଶୋର ପାଣିଗ୍ରାହୀ ଭଳି ମହାନ ବ୍ୟକ୍ତିଙ୍କ ବଳିଦାନକୁ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ପ୍ରଥମ ପାଇକ ବିଦ୍ରୋହର ଏହାଠାରୁ ହିଁ ଆରମ୍ଭ ହୋଇଥିବା ମଧ୍ୟ କୁହାଯାଏ। ଏଭଳି ପବିତ୍ର ମହାନ ପୁରୁଷଙ୍କୁ ଏହି ମାଟି ଜନ୍ମ ଦେଇଛି। ଯାହାଙ୍କ ଉଦ୍ୟମରେ ନିଜ ନୌକାର ନାଉରୀ ହୋଇ ଫେରିବାକୁ ପଡ଼ିଥିଲା।

ବର୍ତ୍ତମାନ ନିଜ ସମ୍ବଳରେ ଆମେ ଦେଶ ସମ୍ବଳିତ। ପୁଣି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ବିଷୟରେ ଉଲ୍ଲେଖ କରିବା ସହ ରାଜ୍ୟ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପଦକ୍ଷେପ ଅନେକ ସହାୟକ ହୋଇଛି, ଜିଲ୍ଲା ବିକଶିତ ଦିଗରେ ଅନେକ ଆଗରେ ରହିଛି। ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରା ଉଚ୍ଚ କୋଟୀର, ଯାହା ଓଡ଼ିଶାକୁ ଅନୁପ୍ରାଣିତ କରିପାରିଛି। ନିଶ୍ଚିତ ଭାବେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଗଜପତି ଜିଲ୍ଲାର ଅବଦାନ ଯଥେଷ୍ଟ ବୋଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ।

LEAVE A REPLY

Please enter your comment!
Please enter your name here