ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଥିବା ମୀନକେତନ ସ୍ନାତକ ମହାବିଦ୍ୟାଳୟରେ “ନୂଆ – ଓ ” କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପେକ୍ଷୀରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ତଥା ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ମୁଖ୍ୟ ଡି.ପ୍ରିୟଙ୍କା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଭାଷାହିଁ ସମ୍ପଦ, ଯଦି ଭାଷା ନଷ୍ଟ ହେଲା ସଂସ୍କୃତି ଓ ଜିତି ନଷ୍ଟ ହେବ । ଇଂରେଜ ଶାସନ ସମୟରେ ଇଂରେଜ ମାନେ ଓଡିଆ ଭାଷା ନଥିବା କଥା କହିଥିଲେ । ଏହାସହ ବଙ୍ଗଳା ପଣ୍ଡିତମାନେ ମଧ୍ୟ ଇଂରେଜିମାନଙ୍କ ପରି କଥା କହିଥିଲେ ।
ସେତେବେଳେ ରାଧାନାଥ ରାୟ ଓଡିଆରୁ ଇଂରେଜୀ ଭାଷାରେ ଅନୁବାଦ କରି ଓଡିଆ ସାହିତ୍ୟ ତଥା ଭାଷାକୁ ପରିଚୟ ଦେଇଥିଲେ । ଯାହାକି ଇଂରେଜ ଓ ବଙ୍ଗଳାର ପଣ୍ଡିତମାନେ ଓଡିଆ ଭାଷା ଥିବା କଥା କହିଥିଲେ । ଓଡିଆ ଭାଷାକୁ ବଞ୍ଚାଇବା ପାଇଁ ପାରଳା ମାଟିର, ଆପନ୍ନା ପରିଚ୍ଛା, ଗୋପିନାଥ ନନ୍ଦଶର୍ମା, ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକ, ଶ୍ୟାମସୁନ୍ଦର ରାଜଗୁରୁ, ସତ୍ୟନାରାୟଣ ରାଜଗୁରୁ, ଗୌର ପରିଚ୍ଛା, କବିଚନ୍ଦ୍ର ପରିଚ୍ଛାଙ୍କ ଭଳି ଅନେକ ଯୁଗଜନ୍ମାମାନେ ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିଥିଲେ । ବର୍ତ୍ତମାନ ଆମ୍ଭମାନଙ୍କ ଯଥା ଆପଣମାନଙ୍କର ତଥା ଛାତ୍ରଛାତ୍ରୀ, ଅଧ୍ୟାପକ ଆଦିଙ୍କର ଦାୟିତ୍ବ ରହିଛି ବୋଲି ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବକୃତା , ସଙ୍ଗୀତ, କୁଇଜ୍, ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ହୋଇଥିବା ବେଳେ ଜଗନ୍ନାଥ ସଂସ୍କୃତି ବିଷୟରେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ନୋଡ଼ାଲ ଅଧିକାରୀ ସୁନୀତା ବେହେରା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମର ଉପଦେଷ୍ଠା ଅଧ୍ୟାପକ ଦୁର୍ଗା ପ୍ରସାଦ ପଟ୍ଟନାୟକ ଙ୍କ ସମେତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗଦାନ କରିଥିଲେ I
ଏହି କାର୍ଯ୍ୟକ୍ରମରେ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତଛାତ୍ରୀ ମାନେ ଉପସ୍ଥିତ ଥିଲେ l ଉଦ୍ଯାପନୀ ସଭାରେ ମହାବିଦ୍ୟାଳୟର ଅଧ୍ୟାପିକା ସ୍ନେହା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପାରଳାଖେମୁଣ୍ଡି ସହରର କଳାକାର ଏବଂ ସ୍ଥାନୀୟ କଳାକାର ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।