ଗୋପାଳପୁର ( ବିପ୍ଲବୀ ପରିକ୍ରମା ):- ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡଓ ବାର୍ତ୍ତା ମାଧ୍ୟମରେ ଏହାର ଶୁଭ ଉଦଘଟାନ କରିଥିବା ବେଳେ ମହୋତ୍ସବରେ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ବେହେରା ଓ ରାଜ୍ୟ ଯୋଜନା ବୋର୍ଡ ସସସ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବ ଦୀର୍ଘ ୪ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏଭଳି ମହୋତ୍ସବ ଆୟୋଜନ ଦ୍ୱାରା ଗୋପାଳପୁର ସମେତ ସମଗ୍ର ଗଂଜାମ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ଅତିଥିମାନେଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରରେ ଏଠାରେ ଖୋଲିଥିବା ୩ ଶହଟି ଷ୍ଟଲ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ଓ ଫୁଡ୍ କୋର୍ଟ ମଧ୍ୟ ଉଦଘାଟିତ ହୋଇଯାଇଛି ।
ମହୋତ୍ସବେର ଉଦ୍ଘାଟିତ ପଲ୍ଲୀଶ୍ରୀ ମେଳାରେ ମୂଖ୍ୟତଃ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ବଜାର ସୁଯୋଗ ଦିଆଯାଉଛି। ମହୋତ୍ସବର ଉଦଘାଟନୀ ଉତ୍ସବ ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ନିଜ ନିଜ କଳାକୌଶଳକୁ ନିଛକ ଭାବେ ଦର୍ଶକଙ୍କୁ ଆଗରେ ପରିବେଷଣ କରିଥିଲେ । ପ୍ରଥମେ ସ୍ଥାନୀୟ ଓ ତାପରେ ଗୋଟିଏ ପରେ ଗୋଟିଏ ଚିତାକଷର୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଯାହାକୁ ମନଭରୀ ଉପଭୋଗ କରିଥିଲେ ଦଶର୍କ । ମହୋତ୍ସବର ପ୍ରଥମ ରଜନୀର ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ପ୍ଳେ ବ୍ୟାକ୍ ସିଙ୍ଗର ସନମ ଓ ତାଙ୍କ ଟିମ । ଶୀତୁଆ ରାତିରେ ସୁମଧୂର ଗୀତର ତାଳେ ତାଳେ ନାଚି ଉଠିଥିଲେ ଦର୍ଶକ । ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ପାଇଁ ଆଜି ପ୍ରଥମ ଦିନରେ ଲୋକାରଣ୍ୟ ହୋଇପଡିଥିଲା ସମଗ୍ର ଗୋପାଳପୁର ବେଳାଭୂମି । ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ମହୋତ୍ସବ ପାଇଁ ୧୦ ପ୍ଲାଟୁନ ପୋସିଲ ଫୋର୍ସ ସହ ସିସି କ୍ୟାମେରା ବ୍ୟବସ୍ଥା କରିଛି ପୋଲିସ । ଏହାସହ ଟ୍ରାଫିକ୍ ପ୍ରତି ମଧ୍ୟ ତିକ୍ଷ୍ନ ନଜର ରଖାଯାଇଥିଲା ।
ଆଗାମୀ ଅଧିକ ଆକର୍ଷଣୀୟ କରିବାକୁ ଆୟୋଜକ ପକ୍ଷରୁ ବିଭିନ୍ନ ପ୍ରକାର ନାଚ ଓ ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଲିଓଡ୍ ଗାୟକ ସ୍ୱୟଂ ପାଢୀ , ଗାୟିକା ଦୀପ୍ତିରେଖା ପାଢୀ ଓ ବଲିଓଡ୍ ଷ୍ଟାର ସଚିତ୍ ଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ ପରିବେଷଣର କାର୍ଯ୍ୟକ୍ରମ କରାଯାଇଛି l