ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଆଜି ସହରାଞ୍ଚଳ ଇଁରାଜି ମାଧ୍ୟମିକ ବିଦ୍ୟାଳୟ ବିକାଶ ବିଦ୍ୟା ନିକେତନ ଆବାସିକ ବିଦ୍ୟାଳୟ ପରିସରରେ ୭୫ତମ ଜନରାଜ୍ୟ ଦିବସ ପାଳନ ହୋଇସାରିଛି। ଭାରତର ତଥା ପୃଥିବୀର ଏକ ମାତ୍ର ସର୍ବ ବୃହତ୍ ଲିଖିତ ସମ୍ବିଧାନକୁ ପ୍ରତ୍ୟେକ ଭାରତୀୟ ସର୍ବଦା ସମ୍ମାନ ଦେବା ବାଞ୍ଛନୀୟ ବୋଲି ବକ୍ତା ମାନେ କହିଥିଲେ।
ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରିଥିବା ବେଳେ ବିକାଶ ଅନୁଷ୍ଠାନର ସମ୍ପାଦକ ତଥା ସଂସ୍ଥାପକ ଲାଲ ମୋହନ୍ ଆଚାରୀ ଅଧ୍ୟକ୍ଷ କୁରେଶ ତ୍ରୀପାଠୀ, ହଷ୍ଟେଲ ତତ୍ତ୍ୱାବଧାରକ ଶିବା ରାଓ, କାର୍ଯ୍ୟକ୍ରମକୁ ପରିଚାଳିତ କରିଥଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ସହ କାର୍ଯ୍ୟକ୍ରମ ରେ ଯୋଗ କରିଥିଲେ।ଏହି ଅବସରରେ ପୁରସ୍କାର ବିତରଣ, ଏବଂ ନୃତ୍ୟ ଗୀତ ଆଦି ଅନୁଷ୍ଠିତ ହୋଇଥିଲା l