ବାରିପଦା ( ବିପ୍ଲବୀ ପରିକ୍ରମା ):- ବାରିପଦାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ପ୍ୟାରେଡ଼ ପଡିଆ ଠାରେ ସ୍ୱାଧୀନ ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେରେଡ଼ ଅଭିଭାଷଣ ଗ୍ରହଣ କରିଥିଲେ। ରିଜର୍ଭ ପୁଲିସ ପେରେଡ଼ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଜିଲ୍ଲାର ହାବିଲଦାର, ବନ ବିଭାଗ, ଅଗ୍ନିଶମ ବିଭାଗ ସହିତ ବିଭିନ୍ନ ସ୍କୁଲ କଲେଜ ର ଏନ.ସି.ସି., ସ୍କାଉଡ ଗାଇଡ, ରେଡକ୍ରସ ଓ ସିଭିଲିଅନ ର ମୋଟ ୨୯ ଗୋଟି ପ୍ଲାଟୁନ ପ୍ୟାରେଡ୍ ରେ ଭାଗ ନେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଜିଲ୍ଳାର ବିଭିନ୍ନ ବିଭାଗର କର୍ମଚାରୀ ସହିତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ତେବେ ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ l