ପ୍ରଭୁ ହନୁମାନଙ୍କ ଅଲୌକିକ ମହିମା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଧ୍ୟାତ୍ମିକ ପରିବେଶ ଭିତରେ ଧୁମଧାମର ସହ ପାଳିତ ହୋଇଯାଇଛି ପ୍ରଭୁ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ। ଚଳିତ ଜାନୁଆରୀ ମାସ ୨୭ ତାରିଖ ଶନିବାର ଦିନ ଆଧ୍ୟାତ୍ମିକ ପରିବେଶ ଭିତରେ ଧୁମଧାମ ର ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଖୁଣ୍ଟା ବ୍ଲକ ଅଧିନ ଧାନଘେରା ପଞ୍ଚାୟତର ଖୁଦପୋଟଳି ଗ୍ରାମରେ ଥିବା ପ୍ରଭୁ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୦୨୦ ମସିହାରେ ଗ୍ରାମବାସୀଙ୍କ ସହଯୋଗରେ ଏହି ହନୁମାନ ମନ୍ଦିର ଟି ପ୍ରତିଷ୍ଠା ହୋଇଥିଲା । ପ୍ରଭୁ ହନୁମାନଙ୍କ କୃପା,ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡି ହୋଇଛନ୍ତି ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ। ଗଢି ଉଠିଛି ମନ୍ଦିର କମିଟି, ଯୋଡି ହୋଇଛନ୍ତି କମିଟି ସଦସ୍ୟ । ମନ୍ଦିର ହେବା ଦିନଠାରୁ ଖୁଦୁପୁଟୁଳି ଗ୍ରାମଟି ଉନ୍ନତି ପଥରେ ଆଗେଇ ଚାଲିଥିବା କଥା କହିଛନ୍ତି କମିଟି ସଦସ୍ୟ ରାମଚନ୍ଦ୍ର ପ୍ରଧାନ।

ପ୍ରଭୁ ହନୁମାନ ମନ୍ଦିରର ଏହି ବାର୍ଷିକ ଉତ୍ସବ ଟି ମନ୍ଦିରର ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଥିବା କଥା କହିଛନ୍ତି ମନ୍ଦିର ପୂଜକ। ତେବେ ହନୁମାନ ମନ୍ଦିରର ଏହି ବାର୍ଷିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନେତା,ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରସାଦ ସେବନ କରି ତୃପ୍ତି ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here