ଗଜପତି ( ବିପ୍ଲବୀ ପରିକ୍ରମା ):- ଏକ ବଡ ଧରଣର କଳା ଅର୍ଥ କାରବାରକୁ ରୋକିପାରିଛି ପାରଳାଖେମୁଣ୍ଡି ପୋଲିସ | ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷ ଟଙ୍କାର ୨ହଜାର ଟଙ୍କା ନୋଟକୁ ୫ଶହ ଟଙ୍କା ରେ ପରିବର୍ତ୍ତନ ସମୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ , ପିତ୍ୟେକ ୨ ହଜାର ନୋଟ୍ ପିଛା ଗୋଟିଏ ପାଞ୍ଚସହ ଟଙ୍କା ବଦଳାଇବାର ଡିଲରେ ଟଙ୍କା ଲେଣଦେଣ ହେଉଥିଲା | ଆନ୍ଦ୍ରର ଜନୈକ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ବୋସ ନାମକ ବ୍ଯକ୍ତିର ମଧ୍ୟରେ ହୋଇଥିଲା ଏହି ଡିଲ | ତେବେ ସେମାନଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବା ବେଳେ ସ୍ଥାନୀୟ ବୋସ ନାମକ ବ୍ୟକ୍ତି ବ୍ୟବସାୟୀଙ୍କ ଟଙ୍କା ନେଇ ଦୌଡ଼ି ପଲାଇ ଯାଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଭଲିବଲ ଖେଳୁଥିଲେ ସେମାନେ କଳାଅର୍ଥ କାରବାରକାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ | ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ଟି ମୋବାଇଲ, ୩୦ଲକ୍ଷ ଜବତ କରିଛି। ଗିରଫ ହୋଇଥିବା ବ୍ଯକ୍ତି ଜଣକ ବିନୋଦ ରାଇପିଲି ଆନ୍ଦ୍ରପ୍ରଦେଶର ସାଲୁରୁ ଗ୍ରାମର ଅନ୍ୟ ଜଣେ ତନୁଜ କୁମାର ସାବତ ଗଜପତି ଜିଲ୍ଲାର କାର୍ଯ୍ୟରତ କନିଷ୍ଠବଳ। ଏହି କଳା ଅର୍ଥ କାରବାର ମାମଲାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l
ସୁଚନା ଥାଉକି ୨୦୨୩ମେ ମାସ ୧୯ତାରିଖରୁ ଆରବିଆଇ ଦୁଇହଜାର ନୋଟକୁ ବଦଳି କରିବା ତାରିଖ ଧାର୍ଯ୍ୟ କରିଥିଲା ଯାହା ସେପ୍ଟେମ୍ବର ୩୦,୨୦୨୩ତାରିଖରେ ଶେଷ ହୋଇଥିଲା | ସେପରି ସ୍ଥଳେ l
ତାହାର ତଦନ୍ତ କରୁଛି ପୋଲିସ , ଯଦି ସତରେ ୨ହଜାର ନୋଟ ବସ ପାଖରେ ଅଛି ନାଁ ସେ ମିଛ କହିଛି, ଯଦି ସତରେ ଡିଲ ହୋଇଥିଲା ତାହାଲେ ତାହା ଆସିଲା କେଉଁଠୁ ତାହା ପୋଲିସର ତଦନ୍ତ ପରେ ହିଁ ସ୍ବଷ୍ଟ ହୋଇପାରିବ l