ପାହାର ପରେ ପାହାର ଖାଇଲେ କାର୍ଯ୍ୟରତ ଡାକ୍ତର

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ରସ୍ମୀରଞ୍ଜନ ମିଶ୍ରଙ୍କୁ ମାଡ଼ । ପ୍ରଥମେ ହାତ ପରେ ଚପଲରେ ମାଡ , ମାଡ ମାରିଲେ ମୃତ ଛାତ୍ରୀ ଙ୍କ ମା ସୁଜ୍ଞାନୀ ଗମାଙ୍ଗ । ୨୦୨୩ ଫେବୁଆରୀ ମାସରେ ସୁଜ୍ଞାନୀ ଗମାଙ୍ଗଙ୍କ ଝିଅ ସୌଦାମୀନି ରଇତଙ୍କ ମୃତ୍ୟୁ ହୋଇଥିଲା । ସୌଦାମୀନି ଜେଏନଭି ପାରଳାଖେମୁଣ୍ଡିରେ ପାଠ ପଢୁଥିଲେ । ସୌଦାମୀନିଙ୍କ ମୁତ୍ୟୁର ତଦନ୍ତ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା । ବର୍ତ୍ତମାନ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରହିଛି ।

କିନ୍ତୁ ଆଜି ସୌଦାମିନିଙ୍କ ମାଁ ସୁଜ୍ଞାନି ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ତିକିତ୍ସାଳୟକୁ ଜାଇ ଧାଡିରେ ପ୍ରଥମେ ଅପେକ୍ଷା କରିଥିଲେ , ପରେ ଡ୍ୟୁଟିରେ କର୍ଣ୍ଣ,ନାସା ଓ ଗଳା ବିଶେସଜ୍ଞ ଡାକ୍ତର ରସ୍ମୀରଞ୍ଜନଙ୍କୁ ନିଜ ଝିଅର ଶବବ୍ୟବଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ହଠାତ୍ ନିଜେ ପିନ୍ଦିଥିବା ଜୋତା ବାହାର କରି ମାଡ ମାରିଥିଲେ । ତେବେ ପରେ ଡାକ୍ତର ଜଣକ ମଧ୍ୟ ନିଜକୁ ରକ୍ଷା କରିବାକୁ ଜାଇ ପ୍ରତିରୋଧ କରିଥିବା ଦେଖିବାକୁ ମିଳୁଛି । ଏପରିକି ଅନ୍ୟକିଛି ଡାକ୍ତର ଓ ସିକୁରିଟି ଗାଡ ଆସି ସେଠାରୁ ଡାକ୍ତର ଙ୍କୁ ଉଦ୍ଦାର କରିଥିଲେ ।

ସେପଟେ ଏନେଇ ହସ୍ପିଟାଲ କର୍ତ୍ତୁପକ୍ଷ ପାରଳାଖେମୁଣ୍ଡି ପୋଲିସକୁ ସୂଚନା ଦେଇଥିବା ବେଳେ ମାଡ ଖାଇଥିବା ଡାକ୍ତର ଓ ହସ୍ପିଟାଲ କର୍ତ୍ତୁପକ୍ଷ ସୌଦାମନିଙ୍କ ମାଁ ନିଜ ସାଥେ କିଛି ଲୋକଙ୍କୁ ଆଣି ମାଡ ମାରିଥିବା ଅଭିଯୋଗ କରିଛନ୍ତି । ସୌଦାମିନିର ଶବ ବ୍ୟବଛେଦ ସଠିକ ରିପୋର୍ଟ ହୋଇନାହିଁ ପୁଣି ଥରେ ଶବବ୍ୟବଛେଦ କରାଯାଉ ବୋଲି ସୁଜ୍ଞାନି ସୌଦାମିନିଙ୍କ ମାଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here