ଡାକ୍ତରଙ୍କୁ ମାଡ଼ ଘଟଣା,ମହିଳାକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ଯ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କୁ ମାଡ ଘଟଣା। ଗତକାଲି ରାତି ପାରଳାଖେମୁଣ୍ଡି ଥାନାର ଦ୍ବାରସ୍ଥ ହେଇଥିଲେ ମୁତ ଜେଏନଭି ଛାତ୍ରୀ ସୌଦାମିନିଙ୍କ ମାଁ। ନିଜ ଝିଅର ଶବବ୍ୟବଚ୍ଛେଦ ରିପୋର୍ଟ ବିଷୟରେ ପଚାରିବାକୁ ଯାଇଥିବାରୁ ତାଙ୍କୁ ଦୁଇଜଣ ଡାକ୍ତର ତାଙ୍କୁ ଜାତିଆଣ ମନ୍ତବ୍ୟ ଦେବା ସହ ଟଣାଟଣି ଓ ଭିଡାଭିଡି ଗାଳିଗୁଲଜ ସହ ଜଣେ ଡାକ୍ତର ସମ୍ବେଦନଶୀଳ ଶିଳ ଅଙ୍ଗକୁ ସ୍ବର୍ସ କରିଥିବା ଅଭିଯୋଗ କରିଥିଲେ। ସେପଟେ ପାରଳାଖେମୁଣ୍ଡି ପୋଲିସ ଅଭିଯୋଗ ପତ୍ର ଗହଣ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୋଗକୁ ପଞ୍ଜିକୃତ କରିଛି। ପାରଳାଖେମୁଣ୍ଡି ଥାନାରେ ୩୩/୨୦୨୪ରେ ମାମଲା ରୁଜୁ କରି ପୋଲିସ ଡାକ୍ତର ସାନ୍ତନୁ ପାଢି ଓ ଆର.କେ ମିଶ୍ର ବିରୁଦ୍ଧରେ ଆଇପିସି ୩୫୧,୩୫୪,୩୫୪(ଏ)ବି,୩୨୩,୨୯୪,୫୦୬,୩୪ଆଇପିସି ସହ ଏସିଏଷ୍ଟି ପିଏ ଧାରା ଲଗାଇଛି। ଏଠାରେ ସୂଚନା ଥାଉକି ମୁତ ସୌଦାମିନିଙ୍କ ମାଁଙ୍କୁ ଆଜି ପୋଲିସ ଗିରଫ କରି କୋଟ ଚାଲାଣ କରିଛି ଡାକ୍ତରଙ୍କୁ ମାଡ ମାରିଥିବା ମାମଲାରେ ।

LEAVE A REPLY

Please enter your comment!
Please enter your name here