ଗଜପତି ( ବିପ୍ଲବୀ ପରିକ୍ରମା ):- ସୁଜ୍ଞାନୀ ଙ୍କ ଅଭିଯୋଗ କ୍ରମେ ରୁଜୁ ହୋଈଥିବା ମାମଲାରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କର । ୨୪ ଘଣ୍ଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନର ଚେତାବନୀ ଦେଲା ଆଦିବାସୀ ମହାସଂଘ । ସର୍ତ୍ତମୂଳକ ଜାମିନରେ ମୁକୁଳିଲେ ସୁଜ୍ଞାନୀ ଗମାଙ୍ଗ । ମୃତ ଜେଏନଭି ଛାତ୍ରୀ ସୌଦାମିନୀ ଙ୍କ ମାଁ ସୁଗ୍ୟାନିଙ୍କୁ ମିଳିଲା ଜାମିନ , ଭବ୍ୟ ସ୍ବାଗତ କଲା ଗଜପତି ଜିଲ୍ଲା ଆଦିବାସୀ ମହାସଂଘ।
ସେପଟେ ଜେଲରୁ ବାହାରିବା ପରେ ଝିଅ ପାଇଁ ନ୍ୟାୟର ଲଢେଇ ଜାରୀ ରହିବ ବୋଲି କହିଲେ ସୁଗ୍ୟାନୀ ଗମାଙ୍ଗ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଚପଲରେ ମାରିବା ଘଟଣାରେ ଗତ କାଲି ଗିରଫ ହୋଇଥିବା ମୃତ ସୌଦାମିନୀ ରଇତଙ୍କ ମାଁ ସୁଜ୍ଞାନୀ ଗମାଙ୍ଗଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଏସଡିଜେଏମ୍ କୋର୍ଟ । ଗୋଟିଏ ଦିନ ପରେ ମୁକୁଳିଥିବା ସୁଜ୍ଞାନୀ ଗମାଙ୍ଗ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ଦିନ ପର୍ଯ୍ୟନ୍ତ ଲଢିବି । ଏହା ସହ ଆଦିବାସୀ ମହାସଂଘକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ପ୍ରକାଶ ଯେ, ଭୁଲ ଶବବ୍ୟବଚ୍ଛେଦ ରିପୋର୍ଟ ଦେଇଥିବା ଅଭିଯୋଗ କରି ସୁଜ୍ଞାନୀ ଗମାଙ୍ଗ ଗତ ଚାରିଦିନ ପୂର୍ବେ କାର୍ଯ୍ୟରତ ଡାକ୍ତର ରଶ୍ମି କାନ୍ତ ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ବେଳେ ସୁଜ୍ଞାନୀ ହଠାତ୍ ଉକ୍ଷିପ୍ତ ହୋଇ ଚପଲରେ ଡାକ୍ତର ଶ୍ରୀ ମିଶ୍ରଙ୍କୁ ବାଡେଥିଲେ । ଏହାପରେ ଡାକ୍ତରଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ସୁଜ୍ଞାନୀ ଡାକ୍ତର ଦ୍ବୟଙ୍କ ନାମରେ ପାଲଟା ଅଭିଯୋଗ ମଧ୍ୟ କରିଥିଲେ । ତେବେ ପୂର୍ବରୁ ଦୁଇ ଗୋଟି ମାମଲା ସହ ଡାକ୍ତରଙ୍କୁ ମାରିବା ଘଟଣାରେ ଗତକାଲି ଗିରଫ ହୋଇଥିଲେ ସୁଜ୍ଞାନୀ । ଏନେଇ ବିଳମ୍ବିତ ସନ୍ଧ୍ୟାରେ ଆଦିବାସୀ ମହାସଂଘ ଏହାକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନର ଚେତାବନୀ ଦେଇଥିଲେ ।