ଦୁବାଇର ଏକ ଇଲେକ୍ଟ୍ରୋନିକ କମ୍ପାନୀ ପକ୍ଷରୁ ନିଯୁକ୍ତି ନେଇ ଚୟନ ଶିବିର ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ବ୍ରହ୍ମପୁର ଆଇଟିଆଇ ପରିସରରେ ଦୁବାଇର ଏକ ଇଲେକ୍ଟ୍ରୋନିକ କମ୍ପାନୀ ପକ୍ଷରୁ ନିଯୁକ୍ତି ନେଇ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଚୟନ ଶିବିରରେ ମୋଟ ୧୫୦ ଜଣ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଆଇଟିଆଇରେ ବିଭିନ୍ନ ବିଭେଗରେ ପାଠପଢ଼ା ଶେଷ କରିଥିବା ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଏହି ଚୟନ ଶିବିରରେ ଭାଗ ନେଇଥିଲେ । ଦୁବାଇର ଏହା ଏକ ଇଲୋଟ୍ରୋନିକ୍ସ କମ୍ପାନୀ ହୋଇଥିବା ବେଳେ କମ୍ପାନୀ ପକ୍ଷରୁ ଆସିଥିବା ତିନି ଜଣ କର୍ମଚାରୀ ମାନେ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ । ୧୫୦ ଜଣ ଏହି ଚୟନ ଶିବିରରେ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୬୦ ଜଣଙ୍କୁ ସମ୍ପୃକ୍ତ କମ୍ପାନୀ ନିଯୁକ୍ତି ପ୍ରଦାନ କରିବ । ଚୟନ ଶିବିରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହିତ ମାସିକ ୨୫ ହଜାର ଟଙ୍କା ସହ ପାସ୍‌ପୋର୍ଟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବ କମ୍ପାନୀ ।

ଆଜି ଚୟନ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ସମ୍ପୃକ୍ତ କମ୍ପାନୀ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁରରୁ ଦୁବାଇକୁ ନେଇ ସେଠାରେ କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବ । ତେବେ ଦୁବାଇର କମ୍ପାନୀ ଆଇଟିଆଇକୁ ଆସି ନିଯୁକ୍ତି ପାଇଁ ଚୟନ ଶିବିର କରାଯିବା ନେଇ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଆଜି ୧୫୦ ଜଣ ଛାତ୍ରଛାତ୍ରୀ ମାନେ ଆଇଟିଆଇରେ ପହଞ୍ଚି ଚୟନ ଶିବିରରେ ଯୋଗ ଦେଇଥିଲେ । କମ୍ପାନୀର କର୍ମଚାରୀ ମାନେ ବିଭିନ୍ନ ବିଷୟକୁ ନେଇ ଇଣ୍ଟରଭ୍ୟୁରେ ପଚାରିଥିବା ଛାତ୍ରଛାତ୍ରୀ ମାନେ ଉତ୍ତର ଦେଇଛନ୍ତି । ଆଉ ନିଶ୍ଚିତ ଭାବେ ସମ୍ପୃକ୍ତ କମ୍ପାନୀ ଏହି ଚୟନ ଶିବିରରେ ଚୟନ ହେବା ସହିତ ଦେଶ ବାହାରେ ଚାକିରୀ କରିବେ ବୋଲି ଆଶା ରଖିଥିବା କହିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here