ରେଲ୍‌ୱେ ଟ୍ରାକ୍‌ରେ ବଡ଼ ପଥର ଖଣ୍ଡ, ରାତି ୩ରୁ ଗଡ଼ୁନି ଏକ୍ସପ୍ରେସ୍‌…

0

ଟ୍ରାକରେ ଖସିଲା ପଥର ଅଟକିଲା ଟ୍ରେନ…
କୋରାପୁଟରେ ଲଗାଣ ବର୍ଷା । ଧସିଲା ପାହାଡ଼, ଜାମ ହେଲା ରେଳ ଲାଇନ୍ । ମାନବାରରୁ ଜରଟି ଷ୍ଟେସନ ମଧ୍ୟରେ ପାହାଡ଼ରୁ ମାଟି ଓ ପଥର ଧସିଛି । ରେଳ ଧାରଣା ଉପରେ ପଡ଼ିଛି ବଡ଼ ବଡ଼ ପଥର ଖଣ୍ଡ । ଫଳରେ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତେବେ ଟ୍ରାକ୍‌ ଉପରେ ପଥର ପଡ଼ି ଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟ ରେଲ୍‌ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଟକି ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମାନୁବାର-ଜରଟି ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ବଡ଼ ପଥର ସହ ମାଟି ଅତଡା ଖସି ପଡ଼ିଛି। ପାହାଡ଼ ଉପରୁ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ରହିଥିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସମ୍ଭବପର ହୋଇପାରୁନିା ଫଳରେ ଗତକାଲି ରାତି ୩ରୁ କୋରାପୁଟ ରେଲ୍‌ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଟକି ରହିଛି। ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ଟ୍ରାକ୍ ମରାମତି କାମ ଚାଲିଥିବାରୁ ୮ଟି ଟ୍ରେନ୍ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here