ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିଛନ୍ତି । ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି । ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ BSKY ଯୋଜନା ପ୍ରସଙ୍ଗରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ଏବଂ ଅପରାଧକୁ ନେଇ ରାଜନୀତି କରିବା କଥା ନୁହଁ ବୋଲି ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଗତକାଲି ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ରାୟ ଆସିଥିଲା । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ହୋଇଥିଲା । ନୟାଗଡ଼ ଯଦୁପୁର ଅଞ୍ଚଳରୁ ୨୦୨୦ ଜୁଲାଇ ୧୪ ତାରିଖରେ ଜଣେ ୫ବର୍ଷୀୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ଏଇ ରାୟ ଶୁଣାଇଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଓ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଚିଲଡ୍ରେନ୍ସ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁଦାଲାକୁ ୨୦ ବର୍ଷ ସଶ୍ରମ କାରାଦାଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି ।
ନିର୍ବାଚନ ସମୟରେ ଯଦି ବି ରାଜନୀତି ହେବାକଥା ହେଲେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଆଦିବାସୀମାନଙ୍କ ପାଇଁ ସହାୟକ ହେବ । ସେପଟେ ଓଡିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି । ଏହା ରାଜ୍ୟ ସରକାରଙ୍କ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।