ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିପାରେ ଗତ ଥର ଅପେକ୍ଷା ଅଧିକ ସିଟ୍ । ରାଜ୍ୟରେ ୨୧ ଟି ଏମପି ସିଟ୍ ମଧ୍ୟରୁ ୧୧ଟି ହାତେଇପାରେ ଦଳ । ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ସର୍ଭେରେ ସାମନାକୁ ଆସୁଛି ଏଭଳି ତଥ୍ୟ । ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ବିଜେପି ଗତ ନିର୍ବାଚନରେ ୮ଟି ଏମପି ସିଟ୍ ହାତେଇଥିବା ବେଳେ ଦଳକୁ ଏଥର ଆହୁରି ଅଧିକ ୩ଟି ସିଟ୍ ମିଳିପାରେ ବୋଲି ଟାଇମସ୍ ନାଓ ସର୍ଭେ କହୁଛି ।ତେବେ ଓଡ଼ିଶା ବିଧାନସଭାରେ କିନ୍ତୁ ବିଜେଡିର ପଲ୍ଲା ଭାରି ରହିବ ବୋଲି ଆକଳନ କରିଛି ଟାଇମସ ନାଓ । ବିଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପୁଣି ସରକାର ଗଢିବ ବୋଲି ସର୍ଭେ କହୁଛି ।ସେପଟେ ପୁଣି ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଫେବ୍ରୁଆରୀ ୩ ତାରିଖ ପରେ ପୁଣି ମୋଦି ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ସୂଚନା ରହିଛି ।
ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ । ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ମହିଳା ସମାବେଶରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓର ଏହି ସର୍ଭେ ରାଜ୍ୟ ବିଜେପିକୁ ଆହୁରି ଉତ୍ସାହିତ କରିଛି ।କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡିକୁ ୧୨ଟି, ବିଜେପିକୁ ଆଠଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ସେହିଭଳି ବିଧାନସଭା ନିର୍ବାଚନ ହେଲେ ବିଜେଡି ବଡ ଦଳ ହୋଇପାରେ ବୋଲି ସର୍ଭେ କହିଛି । ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେବ ।