କଟକ ( ବିପ୍ଲବୀ ପରିକ୍ରମା ):- କଟକ ରେ ବେଆଇନ ଲିଙ୍ଗ ନିରପୁଣ ଅଭିଯୋଗ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ଚଢ଼ାଉ। କଟକ ଫ୍ରେଣ୍ଡସ କଲୋନୀ ଡାକ୍ତର ପୂଣ୍ୟଶ୍ଳୋକ ଦାସ ଙ୍କ ଫ୍ରେଡ୍ସ କଲୋନୀ ଘରେ ଚଢ଼ାଉ। ବେଆଇନ ଭାବେ ଲିଙ୍ଗ ନିରୂପଣ ଅଭିଯୋଗ ରେ ଚଢ଼ାଉ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ଅଲ୍ଟ୍ରାସାଉଣ୍ଡ ମେସିନ, ଜେଲି , ଆନୁଷଙ୍ଗିକ ଯନ୍ତ୍ରପାତି , ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରିଛି ବିଭାଗ।ଏହି ଘଟଣା ରେ ତିନି ଜଣ ପୁରୁଷଙ୍କ ସମେତ ଜଣେ ମହିଳା ଅଟକ ରଖି ପଚରା ଉଚରା କରୁଛି ପୋଲିସ।
କଟକ ସଦର ଉପଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ହୋଇଥିଲା ରେଡ। ପୂର୍ବରୁ ଧରା ପଡ଼ି ନିଲମ୍ବିତ ହୋଇଥିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ। ଆଜି ପୁଣି ତାଙ୍କ ଘରେ ଲିଙ୍ଗ ନିରୂପଣ କରୁଥିବା ବେଳେ ମେସିନ ସହ ଜଣେ ଗର୍ଭବତୀ ମହିଳା, ସମେତ 3 ଜଣ ଙ୍କୁ ଅଟକ ରଖିଛି ପୋଲିସ। ଏହା ସହ ଜେଲି,ଗର୍ଭପାତ ବଟିକା,ସହ ଅନ୍ୟାନ୍ୟ ସାମଗ୍ରୀ କୁ ଜବତ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହି ଘଟଣା କୁ ଏହାକୁ ଅସ୍ବୀକାର କରିଛନ୍ତି ଡାକ୍ତର ପୁଣ୍ୟଶ୍ଲୋକ।
ତେବେ ଏ ଘଟଣାରେ ଥାନାରେ ଏତେଲା କରାଯିବ ଏବଂ ତମାମ ଘଟଣା ଉପରେ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ବିଗତ କିଛି ବର୍ଷ ଧରି ଚାଲିଥିଲା ଏହି ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ।। କଟକର ଫ୍ରେଣ୍ଡସ କଲୋନୀରେ ଏକ ଆବାସିକ ଘରେ ହେଉଥିଲା ଭୃଣ ନିରୂପଣ। ଦୀର୍ଘ ଦିନ ହେବ ପୁଣ୍ୟ ଶ୍ଳୋକ ନିଜ ଘରେ କ୍ଲିନିକ କରି ବେଆଇନ ଭାବରେ ଏହି କାରବାର ଚଳାଉଥିଲେ। ମୋଟା ଅଙ୍କ ଟଙ୍କା ନେଇ ଗର୍ଭବତୀ ମାନଙ୍କୁ ଗର୍ଭସ୍ତ ଶିଶୁ ର ଲିଙ୍ଗ ସମ୍ପର୍କ ରେ ଯଣାଉଥିଲେ। କିନ୍ତୁ ତାଙ୍କର ଏହି କାରବାର ବିଭାଗୀୟ ଟିମ ହାତରେ ସିଧାସଳଖ ଧରାପଡ଼ିଯାଇଥିଲା। ଧରା ପଡିବା ପରେ ଡାକ୍ତର ଏସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।କିନ୍ତି ଘରେ ଅଲ୍ଟ୍ରାସାଉଣ୍ଡ ମେସିନ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ଏସସିବି ମେଡିକାଲ ରୁ ଅତି ନିକଟରେ ଚାଲିଥିଲା ଏହି କାରବାର। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଏହି କାରବାର ଧରାପଡ଼ିଥିଲେ ଡାକ୍ତର। ତେବେ କଟକରେ ଭ୍ରୁଣ ନିରୂପଣ ଓ ହତ୍ୟା କୁ ନେଇ ଚିନ୍ତା ବଢ଼ୁଥିଲା ବେଳେ କେବଳ ଚଢ଼ାଉ କରାଯାଇ ଏହି ଦିଗରେ କାର୍ଯ୍ୟନୁଷ୍ଠାନ ପ୍ରାୟତଃ ଶିଥିଳ ହୋଇ ପଡୁଛି ବୋଲି ସାଧାରଣ ରେ ଚର୍ଚା ହେଉଛି l