ଭୁବେନେଶ୍ୱର : ରାଉରକେଲା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ଏବେ ବଦଳିବାରେ ଲାଗିଛି > କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଙ୍କୁ ନେଇ ଆରମ୍ଭ ହେଲାଣି ଘମସମ ଚର୍ଚା >ଓଡ଼ିଶାର ଘରେ ଘରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମୁହଁରେ ଥାଆନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ରାଜନୀତିକ ସକ୍ରିୟତା ଏତେଟା ଦୁଶ୍ୟମାନ ହେଉନଥିବା ବେଳେ ହଠାତ୍ ପୁଣି ରାଉରକେଲାରେ ତାଙ୍କର ଆବିର୍ଭାବ ଘଟିଛି । ଦିଲ୍ଲୀପ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ସୂଚନା ମିଳିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।ରାଜନୀତିକ ସଭା, ସମିତି ଓ ସାମାଜିକ କାର୍ଯ୍ୟଗୁଡିକରେ ଦିଲ୍ଲୀପଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଗଢିବା ଓ ଚଲାଇବା ନେଇ ତାଙ୍କ ପାଖରେ ରହିଛି ଢେରସାରା ଅଭିଞ୍ଚତା । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦିଲ୍ଲୀପଙ୍କ ସକ୍ରିୟତାକୁ ନେଇ ପ୍ରମୁଖ ରାଜନୀତିକ ଦଳଗୁଡ଼ିକର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି । ତେବେ ଶୁଣିବାକୁ ମିଳିିଛି >ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳ ନୁହେଁ, ବରଂ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଯାଉନଥିବା ନେଇ ଚର୍ଚା ବଢ଼ିବାରେ ଲାଗିଛି > ଆଉ ଏହି ଚର୍ଚା କୁ ଖୋରାଖ ଯୋଗାଉଛି ଦିଲୀପଙ୍କ ମାତ୍ର ଦୁଇ ଦିନ ମଧ୍ୟରେ 22 ରୁ ଅଧିକା କାର୍ଯ୍ୟକ୍ରମରେ ଯୋଗଦାନ > କେବଳ ଏତିକି ନୁହେ ପୂର୍ବତନ ବିଧାୟକ ମଙ୍ଗଳା କିସାନ, ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରମୁଖ ସହଯୋଗୀଙ୍କ ସହ ଭେଟଘାଟ କରି ନିର୍ବାଚନ ସମୀକରଣ ସମ୍ପର୍କରେ ଆଲୋଚନା କରିଛନ୍ତି > ଏହି ଭେଟଘାଟ ବେଳେ ଦିଲୀପ ଏହି ନେତା ମାନକୁ ସ୍ୱାଧୀନ ପ୍ରାଥୀ ଭାବେ ଛିଡା ହେବାକୁ କହିଥିବା ଆଲୋଚନା ହେଉଛି > ସେପଟେ ନିକଟରେ ବିଜେଡିରୁ ବହିଷ୍କୃତ ବିଜେଡି ଯୁବ ନେତା ରବୀନ୍ଦ୍ର ପ୍ରଧାନ ସିଧାସଳଖ ରାଉରକେଲା ବିଧାୟକ ସାରଦାଙ୍କ ବିରୋଧରେ ବର୍ଷିବା ଓ ଏହାକୁ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିସାନ ସମର୍ଥନ କରିବା ପରେ ରାଉରକେଲା ରାଜନୀତି ଆହୁରି ସରଗରମ ହୋଇଛି। ଶାରଦଙ୍କ ବିରୋଧୀ ଗୋଷ୍ଠୀ ଏକଜୁଟ ହୋଇ ଦିଲୀପଙ୍କୁ ଭେଟିବା, ଦିଲୀପ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବାକୁ କହିବା ଏହା ଶାରଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି > ଦିଲୀପଙ୍କ ଏଭଳି ନିଷ୍ପତ୍ତି କେବଳ ରାଉରକେଲାରେ ନୁହେଁ ଅନ୍ୟ ଦୁଇଟି ବିଧାନସଭା କ୍ଷେତ୍ରରେ ସାରଦାଙ୍କ ନେତୃତ୍ବକୁ ବଡ଼ ଝଟକା ଲାଗିପାରେ।