ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେବୃଆରୀ ମାସ ୧୧ ତାରିଖରେ ବାବା ଯମୁନେଶ୍ୱରଙ୍କର ବାର୍ଷିକ ଉତ୍ସବ ମନ୍ଦିର ର ରୀତିନୀତି ଅନୁଯାୟୀ ଧୁମଧାମର ସହ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ଭିତରେ ଧୁମଧାମର ସହ ଚଳିତ ମାଘ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ରବିବାର ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ବାରିପଦା ପୌରପାଳିକା ଅଧିନ ୱାର୍ଡ ନମ୍ବର ୧୮ ଜମୁନାଦେଇପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ବାବା ଯମୁନେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
୧୯୯୫ ମସିହାରେ ଭୂମିପୂଜନ ହେବା ପରେ ୨୦୧୫ ମସିହାରେ ଠିକ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ଶିବ ମନ୍ଦିର।ଆଉ ସେଇ ଦିନ ପାଖରୁ ବାବାଙ୍କ କୃପା,ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡି ହୋଇଛନ୍ତି ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ।ଗଢି ଉଠିଛି ମନ୍ଦିର କମିଟି ଏବଂ ଯୋଡି ହୋଇଛନ୍ତି ଶହ ଶହ କମିଟି ସଦସ୍ୟ।ମନ୍ଦିର ହେବା ଦିନଠାରୁ ବହୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହିତ ଗ୍ରାମ ଟି ଉନ୍ନତି ପଥରେ ଆଗେଇ ଚାଲିଥିବା କଥା କହିଛନ୍ତି କମିଟି ସମ୍ପାଦକ ଦର୍ପନାରାୟଣ ବାବା ଯମୁନେଶ୍ୱର ମନ୍ଦିରର ଏହି ବାର୍ଷିକ ଉତ୍ସବ ଟି ମନ୍ଦିର ର ରୀତିନୀତି ଅନୁଯାୟୀ ଘଟତ୍ତଳନ, ପୂଜାର୍ଚ୍ଚନା, ହୋମଯଜ୍ଞ ସହିତ ପାଳିତ ହୋଇଯାଇଥିବା କଥା କହିଛନ୍ତି ମନ୍ଦିର ପୂଜକ।
ଯେଉଁ ମନ୍ଦିର ବାର୍ଷିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବହୁ ମାନ୍ୟଗଣ୍ୟ ନେତା,ମନ୍ତ୍ରୀ,ସମାଜସେବୀ,ବୁଦ୍ଧିଜୀବୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିବା ସହିତ ସେବନ କରି