ହୋଷ୍ଟେଲର ଜଣେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଅଭିଯୁକ୍ତ ଶିକ୍ଷକ ଗିରଫ

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ହୋଷ୍ଟେଲର ଜଣେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଶେଷରେ ଗିରଫ ହେଲେ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା । ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ୫ ଜଣ ଛାତ୍ର ଛାତ୍ରୀଙ୍କୁୁ ନେଇ ଦେହେରାଡୁନରେ ଠାରେ ଆୟୋଜିତ ଜାତୀୟ କ୍ରୀଡା ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ପ୍ରଥମେ ଏମାନଙ୍କୁ ରାଜ୍ୟ ସ୍ତରୀୟ କ୍ରିଡା ଉତ୍ସବ କୁଆଁର ମୁଣ୍ଡା ଓ ଅନ୍ୟ ସ୍ଥାନଙ୍କୁ ଯାଇଥିଲେ ସଂପୃକ୍ତ ଶିକ୍ଷକ । ସେଠାରୁ ହୀରାଖଣ୍ଡ ଟ୍ରେନ ଯୋଗେ ମାଲକାନଗିରି ଫେରୁଥିବା ବେଳେ ଟ୍ରେନ ଭିତରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀଙ୍କ ସହ ଯୌନ ଶୋଷଣ ଫୋଟୋ ଭାଇରାଲ ହୋଇଥିଲା । ଗତ କିଛି ଦିନ ତଳେ ଏହି ଫୋଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତ କରିଥିଲା । ଉକ୍ତ ସମୟରେ ସଂପୃକ୍ତ ଅଭିଯୁକ୍ତ ଶିକ୍ଷକ ଜଣକ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପିଡିତାଙ୍କ ପିତା ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେବା ପରେ କେଶ ନମ୍ବର ୧୨୩/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ଶିକ୍ଷକ ଶ୍ରୀ ପଣ୍ଡା ବୌଦ୍ଧ ଜିଲ୍ଲାରେ ଜଣେ ସଂପର୍କୀୟଙ୍କ ଘର ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାକୁ ଯାଇ ଗତକାଲି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା । ପରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here