ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲାର ଶେରଗଡ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା । ଗଞ୍ଜାମ ଗସ୍ତ ସମୟରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଦେଶର ଶ୍ରେଷ୍ଠ ବ୍ଲକ ଭାବେ ନୂତନ ପରିଚୟ ହାସଲ କରିଛି । ହିଞ୍ଜିଳି ଶେରଗଡର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଓ ଜମିକୁ ଜଳସେଚନ କରାଯାଉଛି । ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଓ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ପାଖରେ ଋଣୀ ।

ଏହାସହ ଶେରଗଡ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ୫-ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ଯ୍ୟକ୍ରମ ହିଞ୍ଜିଳି ଶେରଗଡରୁ ଆରମ୍ଭ ହୋଇଥିଲା । ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର ୮ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି । ଲୋକଙ୍କ ଖୁସି ମୋତେ ବହୁତ ଆନନ୍ଦ ଦେଇଛି । ଖୁବଶୀଘ୍ର ହସ୍ପିଟାଲ ରୂପାନ୍ତରଣ କାମ ଆରମ୍ଭ ହେବାକୁ ଯାଉଛି ।

ଏହି ଅବସରରେ ସେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲେ। ମମତା ଯୋଜନାରେ ସହାୟତା ଅର୍ଥକୁ ସରକାର ୨ ଗୁଣା କରିଛନ୍ତି। ସେହିପରି ଆସନ୍ତା ୨୧ ତାରିଖରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାରେ ମାମାନଙ୍କ ଲାଗି ଟିକେଟର ମୂଲ୍ୟ ମାତ୍ର ୫ ଟଙ୍କା ରହିଛି। ମଧୁବାବୁ ଭତ୍ତା ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି।

ଏହାସହ ପିଲାମାନଙ୍କୁ ନୂଆ-ଓ ସ୍କଲାରସିପ୍, BSKY ଯୋଜନାରେ ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲ। ସ୍ଵୟଂ ଯୋଜନାରେ ଯୁବକଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ସହ ମହିଳାଙ୍କୁ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣପ୍ରଦାନ କରାଯାଉଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

LEAVE A REPLY

Please enter your comment!
Please enter your name here