ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ କଟକ ଗୋପାଳପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ସେହି ବସ୍ ରେ ଅନେକ ଯାତ୍ରୀ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମାନଙ୍କୁ କଟକର ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବସ୍ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା ।
ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା ।ବସ୍ଟି ଓଲଟି ପଡ଼ିବା ପରେ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଏହାପରେ ଅଗ୍ନିଶମ ବାହୀନି ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ।ତେବେ ଗୋପାଳପୁର ବସ୍ ଦୁର୍ଘଟଣାରେ ଆହତ ହୋଇ ୧୨ ଜଣ ଆହତ ବ୍ଯକ୍ତି ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ବ୍ଯକ୍ତିଙ୍କ ମେଡିକାଲରେ ମ୍ରୁତ୍ୟୁ ହୋଇଛି ମ୍ରୁତକ ହେଲେ ଚନ୍ଦନ ବସର କଣ୍ଡକ୍ଟର ପ୍ରକାଶ ସ୍ବାଇଁ। ତାଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ଅଞ୍ଚଳରେ।