ପର୍ଯ୍ୟଟନ ସ୍ଥଳ ରେ ପ୍ଲାଷ୍ଟିକ ମୁକ୍ତ ନେଇ ବନ ବିଭାଗ ର ସଚେତନତା କାର୍ଯ୍ୟକ୍ରମ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୁମସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ର ଆସିକା ବନାଞ୍ଚଳ ଅଧୀନରେ ଥିବା ଇକୋ ଟୁ୍ରିଜିମ ସେଣ୍ଟର ଚେରାମାରିଆ ରୁ ଏକ ରାଲି ରେ ବାହାରି କରଞ୍ଜେଇ ପର୍ଯ୍ୟଟନ ସ୍ଥଳୀ ରେ ପହଂଚି ଏଣେ ତେଣେ ପଡ଼ିଥିବା ପ୍ଲାଷ୍ଟିକକୁ ସଫେଇ କରିଥିଲେ l ଆସିକା ବିଜ୍ଞାନ କଲେଜ ର ଏନ ସି ସି ଛାତ୍ର ଓ ଛାତ୍ରୀ ମାନେ, ବନ ସୁରକ୍ଷା ସମିତି, ବନକର୍ମଚାରୀ, ମୃଗ ସୁରକ୍ଷା ସମିତି ପ୍ରମୁଖ ଏହି ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l

ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେଉଛି l ଜଳସ୍ତର କମିବା ଲାଗିଛି l ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନହେଲେ ଆଗାମୀ ଭବିଷ୍ୟତ ଅସୁବିଧାର ସମ୍ମୁଖୀନ ହେବାର ଦେଖା ଦେଇଛି ବୋଲି ଆସିକା ଏମ ପି ପ୍ରମିଳା ବିଷୋୟୀ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏବଂ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here