ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ପ୍ରୋତ୍ସାହନ ରାଶି । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା । ସେହିପରି ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରୋତ୍ସାହନ ରାଶି ଚଳିତ ଫେବ୍ରୁଆରୀ ମାସରୁ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଏକ ସାଥି ଭାବରେ ପରିଗଣିତ । ଗାଁଠାରୁ ସହର ମଧ୍ୟରେ ଜରୁରୀକାଳୀନ ସେବା ମାଗଣାରେ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି । ସେ କୋଭିଡ ମହାମାରୀ ହେଉ ବା ଦୁର୍ଘଟଣା ସବୁ କ୍ଷେତ୍ରରେ ଜରୁରୀକାଳୀନ ସେବା ପହଞ୍ଚି ରୋଗୀଙ୍କୁ ଉଚିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।
୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର lବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ମିଳିବ ପ୍ରୋତ୍ସାହନ ରାଶି । ଏହି ପ୍ରୋତ୍ସାହନ ରାଶି ଚଳିତ ଫେବ୍ରୁଆରୀ ମାସରୁ ମିଳିବା ନେଇ ଘୋଷଣା ହୋଇଛି ।