ଗଜପତି (ବିପ୍ଲବୀ ପରିକ୍ରମା):- ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କେଉଟ ସାହିରେ ଅଭାନୀୟ ଘଟଣା। ଗୋଟିଏ ପରିବାରର ବୁଦ୍ଧବୁଦ୍ଧା ବିଷ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୁତ ବୁଦ୍ଧଙ୍କ ନାମ ନବୀନ ଆଚାର୍ଯ୍ୟ (୬୩)ଓ ବୁଦ୍ଧଙ୍କ ବାସନ୍ତି ଆଚାର୍ଯ୍ୟ(୫୫) । ମାନଶିକ ଦୁର୍ଚିନ୍ତାରୁ କୌଣସି ଏକ ବିଷାକ୍ତ ପାଉଡର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ଯ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଦୁଇପୁଅ ଜଣେ ବ୍ରହ୍ମପୁର ଆଉ ଜଣେ ପାରଳାଖେମୁଣ୍ଡି ରେ ଅଲଗା ରହୁଥିବା ବେଳେ। ନିଜେ ବୁଦ୍ଧବୁଦ୍ଧା କେଉଟ ସାହିରେ ରହୁଥିଲେ। ଘଟଣା ବିଷୟରେ ପାରଳାଖେମୁଣ୍ଡି ଥାନାରେ ମୁତ୍ଯୁ ବରଣ କରିଥିବା ବୁଦ୍ଧବୁଦ୍ଧାଙ୍କ ପୁଅ ଅରୁଣ କୁମାର ଆଚାର୍ଯ୍ୟ ଅଭିଯୋଗ କରିବା ପରେ ଘଟଣା ପ୍ରକଟ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି।