ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିନରେ କେବଳ ବିଜ୍ଞାନ ବିଭାଗର ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେବେ । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ବିଜ୍ଞାନରେ ମୋଟ ୧୧ହଜାର ୩୭୮ ଜଣ ରେଗୁଲାର ପରୀକ୍ଷାର୍ଥୀ ଥିବା ବେଳେ ଏକ୍ସ-ରେଗୁଲାରରେ ଏକ ହଜାର ୩୭ଜଣ ପରୀକ୍ଷାର୍ଥୀ ରହିଛନ୍ତି ।
ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷାର୍ଥିଙ୍କ ପାଇଁ ଜିଲ୍ଲାରେ ମୋଟ ୭୩ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନ ପତ୍ର ସୁରକ୍ଷିତ ରଖିବା ଲାଗି ୧୬ଟି ପରୀକ୍ଷା ପରିଚାଳନ କେନ୍ଦ୍ର କରାଯାଇଛି । ସକାଳ ୧୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲୁ ରହିବ । ସେପଟେ କପି ରୋକିବା ଲାଗି ତ୍ରୀସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।