ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ମୃତ, ତିନି ଆହତ 

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ସଦର ମହକୁମା ସତିଗୁଡା ଜଳ ଭଣ୍ଡାର କୁ ଯିବା ରାସ୍ତାରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ମୃତ୍ୟୁବରଣ କରିଥଇବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତିା ସୁଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସତିଗୁଡା ଜଳଭଣ୍ଡାରକୁ ଯିବା ରାସ୍ତାର ଉଭୟ ପଟୁ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲ।।

ଯାହାଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତିା ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା ଜାରି ରହିଛିା ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ମାଲକାନଗିରି ସଦର ଏମ୍‌.ଭି. ୧୧୧ (ଡାମସାଇଟ୍‌) ଗ୍ରାମର ସୁକୁମାର ବିଶ୍ୱାସଙ୍କ ପୁଅ ବିଟୁ ବିଶ୍ୱାସ (୧୯) ହୋଇଥିବା ବେଳେ ଅନ୍ୟଜଣେ ଛତିଶଗଡର ସୁନ୍ଦର ବୋଲି ଜଣାପଡିଛିା ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତିା

LEAVE A REPLY

Please enter your comment!
Please enter your name here