କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ ହୋଇଛି : ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ ହୋଇଛି । ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମିତ ହେବ ୱେଲସ୍ପନ୍ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦ ହଜାର ଲୋକଙ୍କୁ ମିଳିବ ପ୍ରତ୍ୟେକ୍ଷ ନିଯୁକ୍ତି । ଏହା ସହିତ ଚୌଦ୍ୱାରରେ ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ ଆରମ୍ଭ ହୋଇଛି  l ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି । ଏହାସହ ଶିଳ୍ପ କ୍ଷେତ୍ରରେ କଟକ ଚୌଦ୍ୱାର ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି ।

ବିଶ୍ୱ ସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି । ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାସହ ରାଜ୍ୟର କପା ଚାଷୀମାନେ ମଧ୍ୟ ବିଶେଷ ଲାଭବାନ ହୋଇପାରିବେ । କେବଳ ଏତିକି ନୁହେଁ ଏଥିରେ ମହିଳାମାନଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି । ସେମାନଙ୍କୁ ସ୍କିଲ ଡେଭଲପମେଣ୍ଟ ଅଧିନରେ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here