ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ରାଜ୍ୟ ସଭା ପ୍ର।ଥିତ୍ଵ କୁ ରାଜ୍ୟ ବିଜେଡି ସମର୍ଥନ ଜଣାଇଥିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱ ଶତାଧିକ କଂଗ୍ରେସ କର୍ମୀ ମାନେ ଜିଲ୍ଲାକଂଗ୍ରେସ କାର୍ଯ୍ୟ।ଳୟ ରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମୁଖ ରେ ମୁଖ୍ୟମନ୍ତ୍ରୀ ଓ ଭି କେ ପାଣ୍ଡିଆନ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ଓ ବିଜେଡି ଦଳ ଭାଇ ଭାଇ ଏବଂ ଏକ ମୁଦ୍ରା ର ଦୁଇ ପାର୍ଶ୍ଵ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହି ପ୍ରତିବାଦ ରାଲି ରେ ଜି ଶ୍ରୀନିବାସ ରାଓ,କେଶୁ ରାଓ, ମାଲା ମାଡ଼ି,ପର୍ଶୁ ରାମ ଭକ୍ତ,ପଦ୍ମ ପାଙ୍ଗି,ଛବି ଦାସ, ମଙ୍ଗୁ ଖିଲ,ପ୍ରାଣ କୃଷ୍ଣ ମଣ୍ଡଳ, ଈର୍ମା ପୋଡ଼ିଅମି କଂଗ୍ରେସ ନେତ୍ରୁ ବର୍ଗ ମାନେ ଉପସ୍ଥିତ ରହିଥିଲେ l