ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ରେ “ଆମ ହସ୍ପିଟାଲ” ଯୋଜନା ଲୋକାର୍ପିତ ହୋଇଛି । 5 T ଯୋଜନାରେ ରୂପାନ୍ତରୀକରଣ ହୋଇଥିବା “ଆମ ହସ୍ପିଟାଲ” କୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଡିକାଲ ପରିସରର ଆୟୋଜିତ କାର୍ଯ୍ୟକ୍ରମରେ , ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ରହିଥିଲେ ।
ଏହି ରୂପାନ୍ତରିତ ମେଡିକାଲ୍ ୬ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ , ଏଥିରେ ବିଭିନ୍ନ ବିଭାଗର କୋଠରୀ ରହିଛି । ରୋଗୀ ମାନଙ୍କ ପ୍ରତୀକ୍ଷା କକ୍ଷ , ନୂତନ ଅନ୍ତଃର୍ବିଭାଗ , ନୂତନ ଓପିଡି ବ୍ଳକ୍ , ରୋଗୀ ପଞ୍ଜିକରଣ କୋଠରୀ , ମିଶନ୍ ଶକ୍ତି କାଫେ , ସୂଚନା କକ୍ଷ ଏବଂ ସମୁଦାୟ ମେଡିକାଲ କୁ ସିସି ଟିଭି କ୍ୟାମେରା ସହ ସଂପୃକ୍ତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ , ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।