ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):-ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ, ଉପଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଅତିରିକ୍ତ ଜିଲ୍ଲାପାଳ ଡଃ. ପ୍ରମୋଦ କୁମାର ପୃଷ୍ଟି , ଭଂଜନଗର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହିଥିଲେ ।
ଉକ୍ତ ଅଭିଯୋଗ ଶୁଣାଣି ରେ ୩୧୪ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇ , ସେସବୁ ର ସମାଧାନ କରିବା ପାଇଁ ସଂପୃକ୍ତ ବିଭାଗର ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଥିଲା । ଏହାସହ ଘୁମୁସର ଗୋପାଳ ସଂଗଠନ ପକ୍ଷରୁ , ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ବହୁ ସଂଖ୍ୟକ ଜନସାଧାରଣ ଏବଂ ସାଧୁ – ସନ୍ଥ , ଆୟୋଜିତ ଧର୍ମଘଟରେ ସାମିଲ ହୋଇଥିଲେ ।