ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲା ରୁ ଶହ ଶହ ସଂଖ୍ୟାରେ ଆଦିବାସୀ, ଦଳିତ ଓ ଶ୍ରମଜିବୀ ଲୋକେ ଚିତ୍ରକୋଣ୍ଡା ବ୍ଲକର ଜାନବାର ଠାରୁ ମାଲକାନଗିରି ଯାଏ ୧୭୦ କିମି ରାସ୍ତ ପଦଯାତ୍ରାରେ ଆସି ଲିଖିତ ଦାବୀ ଦେଇଛି ଜିଲ୍ଲାପାଳଙ୍କୁ,କେନ୍ଦ୍ର ସରକାର କରିଥିବା ଜଙ୍ଗଲ ଆଇନ ସଂଶୋଧନକୁ ବାତିଲ କର ।ଓଡ଼ିଶାରେ ପେଶା ଆଇନ, ୧୯୯୬ କାର୍ଯ୍ୟକାରୀ ନିମନ୍ତେ ତୁରନ୍ତ ଅଧ୍ୱନିୟମ ପ୍ରଣୟନ କରାଯାଉ ଏବଂ ଗ୍ରାମ ସଭାକୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଉ ।ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ପ୍ରତି ଆଦିବାସୀ ପରିବାରକୁ ୧୦ ଏକର ପର୍ଯ୍ୟନ୍ତ ଜମିପଟ୍ଟା ପ୍ରଦାନ କରାଯାଉ । ଆଦିବାସୀମାନଙ୍କୁ ଫରେଷ୍ଟ ବିଭାଗ ଦ୍ବାରା ବେଦଖଲ କରିବା ବନ୍ଦ କରାଯାଉ । ଜଙ୍ଗଲ ଅଧିକାର ବଳରେ ପାରମ୍ପାରିକ ଅଧ୍ଵବାସୀମାନଙ୍କୁ ମଧ୍ୟ ଜମି ଦିଆଯାଉ ।ଜଙ୍ଗଲ ଜମି ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦଖଲ ନେବା ସଙ୍ଗେ ସଙ୍ଗେ ପଟ୍ଟା ଦିଆଯାଉ ।
ଜମି ଅଧଗ୍ରହଣ ବେଳେ ସାମାଜିକ ପ୍ରଭାବ ଆକଳନକୁ ବାଧ୍ୟତାମୂଳକ କରଯାଉ । ଅଣ ଆଦିବାସୀ ଲୋକେ ଦଖଲ କରିଥିବା ଆଦିବାସୀଙ୍କ ଜମି ଫେରସ୍ତ ପାଇଁ କଡ଼ା କଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉ ।ଦଖଲରେ ଥିବା ସବୁ ଗରିବ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଆଇନ (MGNREGA) ରେ ଦୈନିକ ମଜୁରୀ ୬୦୦ ଟଙ୍କା କୁ ବୃଦ୍ଧି କରି ବାର୍ଷିକ ୨୦୦ ଦିନର କାମ ଦିଆଯାଉ ।ମନରେଗା ଦିଏ କାମରେ ମେସିନ ବ୍ୟବହାର ଓ ଠିକାଦାର ଦ୍ବାରା କାର୍ଯ୍ୟକୁ ଅପରାଧିକ କାର୍ଯ୍ୟଭାବେ ବିବେଚନା କରାଯାଉ ଏବଂ ଆଗାମୀ ଦିନରେ ଯଦି ଏହି ଦାବି ପୂରଣ ନ କରାଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି l