ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ହାଟ ପଦା ଠାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ପ୍ରମୁଖ ମଞ୍ଚସିନ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌରପରିଷଦର କର୍ମଚାରୀ ଓ ବିଭାଗୀୟ କର୍ମଚାରୀ ସହଯୋଗ କରିଥିବା ବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।