ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା” ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଗୋସାଇଁନୂଆଗାଁ ମଣ୍ଡଳ ଅନ୍ତର୍ଗତ ୱାର୍ଡ଼ ନଂ ୨୫,୨୬,୨୭,୨୮,୩୦ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜିପୁର ତୋଟା ସାହି ୩ ଲେନ୍ ଠାରେ ବିଜେପି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୋସାଇଁନୂଆଗାଁ ମଣ୍ଡଳର ୨୦ଟି ବୁଥ୍ ସଭାପତି ମାନଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ଯାଇ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ।
ଏହାସହ କାର୍ଯ୍ୟକର୍ତ୍ତାମାନେ ମୋଦି ଗ୍ୟାରେଣ୍ଟି ପତ୍ରିକା ଏବଂ ମୋଦି କ୍ୟାଲେଣ୍ଡର ଘରେ ଘରେ ବଣ୍ଟନ କରିଥିଲେ । ଆଗାମୀ ଦିନରେ ବିକଶିତ ବ୍ରହ୍ମପୁରର ସଂକଳ୍ପ ସହ ବ୍ରହ୍ମପୁର ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ଯଶସ୍ୱୀ କରାଇବାରେ ଏହି ଅଭିଯାନ ସହାୟକ ହେବ ବୋଲି ଶ୍ରୀ ପତି ମତ ବ୍ୟକ୍ତ କରିଥିଲେ ।