ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ତିନୋଟି ବିଭାଗର ସମୁଦାୟ ୪୮୦୧୮ ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ଟି ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ଟି ମାମଲା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ଟି ମାମଲା କୁ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି । ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l