ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ବାନ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜସ୍ବ ନିରୀକ୍ଷକ ଙ୍କ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ ଆନ୍ଦୋଳନ । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ସହକାରୀ ରାଜସ୍ବ ନିରୀକ୍ଷକ ମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଦାବି ଗୁଡିକ ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ସୂଚନା ଦିଆଯାଇଛି ।
ସେମାନଙ୍କ ୬ ଦଫା ଦାବି ଗୋଟିକ ହେଲା ଓଡ଼ିଆରଏସ ନିୟମ ୧୯୮୩ ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃ ଗଠନ, ୦୧.୦୧.୨୦୨୪ ରୁ ଆରଆଇ, ଏଆରଆଇ ଏବଂ ରାଜସ୍ବ ସୁପରଭାଇଜରଙ୍କ ବେତନ ବର୍ଦ୍ଧିତ ସ୍ଲେଲର ଧାର୍ଯ୍ୟ, ଏହି ପରି ୬ଗୋଟି ଦାବି ରହିଛି। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।