ଜେଲ ଭିତରେ ଲୁଚାଇ ରଖିପାରିବେନି କୌଣସି ମୋବାଇଲ କିମ୍ବା ଇଲେକ୍ଟ୍ରି ବସ୍ତୁ !

0

(ବ୍ରହ୍ମପୁର);ଏଥର ଜେଲରେ କଏଦୀ(prisoners)ମାନେ କରିପାରିବେନି ଚତୁରାମି । ପୋଲିସ ଆଖିରେ ଧୁଳି ଦେଇ ରଖିପାରିବେନି ମୋବାଇଲ । କାହିଁକି ନା ଏବେ ସେମାନଙ୍କୁ ଗୋଡେ ଗୋଡେ ଜଗିବାକୁ କରାଯାଇଛି ନୂଆ ବନ୍ଦୋବସ୍ତ । ଯାହା ତାଙ୍କୁ ସଙ୍ଗେ ସଙ୍ଗେ ଧରା ପକାଇଦେବ । ହଁ ଆଜ୍ଞା ଏଭଳି କିଛି ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ବ୍ରହ୍ମପୁର ଜେଲରେ(Brahampur Jail)। ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଛି ଏକ ଅତ୍ୟାଧୁନିକ ଡ଼ିଟେକ୍ଟର ମେସିନ । ଏହି ମେସିନ ହେଉଛି ନନ ଲିନିୟର ଜନସନ୍‌ ଡ଼ିଟେକ୍ଟର ମେସିନ୍‌ । ଜେଲ ପରିସରରେ ସେ ମୋବାଇଲ ହେଉ ଅଥବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଡ଼ିଭାଇସ ଯେଉଁଠି ବି ଲୁଚାଇ ରଖିଲେ ଏହି ମେସନ୍‌ ତାହାକୁ ଚିହ୍ନଟ କରିପାରିବ । ଏପରିକି ଏକ ମୋବାଇଲକୁ ବ୍ୟାଟେରୀ, ସିମ ବାହାର କରି ମାଟି ତଳେ ମଧ୍ୟ ଲୁଚାଇ ରଖିଲେ ମଧ୍ୟ ତାହାକୁ ଚିହ୍ନଟ କରିବାରେ ଏହି ମେସିନ୍‌ କାମକରିପାରିବ । ଏହି ମେସିନର ଦାମ ୧୫ ଲକ୍ଷ ୫୦ ହଜାର ଟଙ୍କା । ସେହିପରି ୧୨ଟି ବଡ଼ି ଅନ୍‌ କ୍ୟାମେରା ମଧ୍ୟ ବ୍ରହ୍ମପୁର ଜେଲକୁ ଆସିଛି ।ଏହି ମେସିନ ବ୍ରହ୍ମପୁର ଜେଲକୁ ନୂତନ ଭାବେ ଆସିଥିବା ବେଳେ ଏହା କିଭଳି କାମ କରିବ ସେ ନେଇ ଜେଲର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହା ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ଜେଲର ଅଧିକ୍ଷକ ।ବ୍ରହ୍ମପୁର ଜେଲରେ ରହିଛନ୍ତି ପ୍ରାୟ ୯୦୦ରୁ ଅଧିକ କଏଦୀ । ଏହି କଏଦୀ ମାନଙ୍କର ଚାଲିଚଳନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ଜେଲ ପରିସରରେ ରହିଥିବା ୨୫ ଓ୍ବାର୍ଡ଼ରେ ସିସିଟିଭି କ୍ୟାମେରା ଲାଗିବା ସହିତ ଜେଲ ପରିସରର ବିଭିନ୍ନ ସ୍ଥାନରେ ମଧ୍ୟ ମୋଟ ୯୬ ସିସିଟିଭି କ୍ୟାମେରା ଲାଗିଛି । ତଥାପି ମଧ୍ୟ କିଛି ଅଘଟଣ ଗୁଡ଼ିକ ସିସିଟିଭି କ୍ୟାମୋରାରେ କଏଦ ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଜେଲକୁ ନୂତନ ଭାବେ ଆସିଛି ୧୨ଟି ବଡ଼ି ୱର୍ମ କ୍ୟାମେରା । ଫଳରେ ଯଦି କୌଣସି ଘଟଣା ଘଟେ ଯାହାକି ଜେଲ ପରିସରରେ ରହିଥିବା ସିସିଟିଭି କ୍ୟାମେରାରେ କଏଦ ନ ହୋଇପାରେ ସେହି ସମୟରେ ସମ୍ପୃ୍କ୍ତ ଘଟଣା ଏହି ବଡ଼ି ଅନ କ୍ୟାମେରାରେ କଏଦ ହୋଇପାରିବ । ବଡ଼ି ୱର୍ମ କ୍ୟାମେରାରେ କଏଦ ହୋଇଥିବା ଚିତ୍ରକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ବିଭିନ୍ନ ମାମଲାର ବିଚାରଣା କ୍ଷେତ୍ରରେ ଏହି ଭିଜୁଆଲ କାମ କରିବ ବୋଲି କହିଛନ୍ତି ଜେଲର ଅଧିକ୍ଷକ । ବ୍ରହ୍ମପୁର ଜେଲକୁ ନୂତନ ଭାବେ ଆସିଥିବା ଡ଼ିଟେକ୍ଟର ମେସିନ ଓ ବଡ଼ି ୱର୍ମ୍ କ୍ୟାମେରା ଦ୍ବାରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ଜେଲରେ ବିଶୃଙ୍ଖଳାକୁ ରୋକିବାରେ ମଧ୍ୟ ବେଶ ସହାୟକ ହୋଇପାରିବ ବୋଲି ଆଶା ରଖିଛନ୍ତି ଜେଲ କର୍ତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here