ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି : କହିଲେ, ରାଜ୍ୟରେ ଏଥର ଡବଲ ଇଂଜିନ୍ ସରକାର

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଏଥର ୪ଶହ ଆସନ ପାର, ଲକ୍ଷ୍ୟ ନେଇ ଆଗଉଥିବା ବିଜେପି, ଦେଶର ଅନ୍ୟ ରାଜ୍ୟ ପରି ଓଡିଶା ଉପରେ ବି ଫୋକସ କରିଛି । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରକୁ ଆସିଥିବାବେଳେ ଆଜି ଓଡିଶା ଗସ୍ତରେ ଆସି ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଗଣାଇବା ସହ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦମ୍ବୋକ୍ତି କରିଛନ୍ତି ।ଓଡିଶା ଗସ୍ତରେ ଆସି ନିର୍ବାଚନ ବିଗୁଲ ବଜାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୋଟିଏ ଦିନରେ ନବରଂଗପୁର, ବ୍ରହ୍ମପୁର, ମୟୂରଭଞ୍ଜ, ରାଜ୍ୟର ତିନୋଟି ସ୍ଥାନରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶର ସଭାମଂଚରୁ ରଣହୁଙ୍କାର ଦେଇଛନ୍ତି । ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଗଣାଇଛନ୍ତି ।

୨୦୧୪ ପୂର୍ବରୁ କଂଗ୍ରେସ ସରକାର ଓଡିଶାକୁ କେମିତି ଅବହେଳା କରୁଥିଲା ଓ ମୋଦୀ ସରକାର ଆସିବା ପରେ ଓଡିଶାକୁ କେତେ ଅନୁଦାନ ଦେଉଛନ୍ତି ତାହା କହିଛନ୍ତି । କେବଳ ଏତିକି ନୁହେଁ, ଆଗାମି ଦିନରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ନେତା କର୍ମୀ ଦ୍ୱନ୍ଦ୍ୱରେ ଥିବାବେଳେ ରାଜନାଥଙ୍କ ଗସ୍ତ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ ଭରି ଦେଇଛି । ଆଗାମି ନିର୍ବାଚନ ଓଡିଶାରେ ବଡ ପରିବର୍ତନ ଆଣିବ ବୋଲି ଆଶା ବାନ୍ଧିଛନ୍ତି । ହେଲେ, ବିଜେପି ନେତାଙ୍କ ଦାବିକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ କିଛି କାମ ଦେବନି ବୋଲି କହିଛନ୍ତି ବିଜେଡି ବିଧାୟକ ।

କେବଳ ବିଜେଡି ନୁହେଁ ରାଜନାଥଙ୍କ ଦାବିକୁ ନେଇ, ପ୍ରଶ୍ନ ଉଠାଇଛି କଂଗ୍ରେସ । ବାହାସ୍ପୋଟ ମାରୁଥିବା କହି କଟାକ୍ଷ କରିଛନ୍ତି ପିସିସି ସଭାପତି । ତେବେ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ବି ରାଜ୍ୟ ସରକାରଙ୍କୁ ନେଇ କିଛି କହିନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

LEAVE A REPLY

Please enter your comment!
Please enter your name here