ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଯୁବ କ୍ରୀଡାବିତ୍ ମାନଙ୍କ ଭବିଷ୍ୟତକୁ ଆଗରେ ରଖି ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୬୬୦କୋଟି ଟଙ୍କାରେ ନିର୍ମିତ ୬୦ଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ନୂତନ ନିର୍ମାଣ କ୍ରୀଡା ଭବନ ଉଦ୍ଘାଟନ କରିଥିଲେ। ଏଥି ମଧ୍ୟରେ ଗଜପତି ଜିଲ୍ଲା କାଶୀନଗର ଠାରେ ହୋଇଥିବା ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଉଦଘାଟନ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଏସଡିସି ଅଧ୍ୟକ୍ଷା ମାରୀୟମ ରଇତ, ଏନଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମା, ଉପଦକ୍ଷା ସି.ଏଚ କଲ୍ୟାଣୀ ପ୍ରମୁଖ ଉପସ୍ଥିତ ହୋଇଥିଲେ। ପରେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ଜନପ୍ରତିନିଧି , ଛାତ୍ରଛାତ୍ରୀ, କ୍ରୀଡାବିତ୍ ଯୁବକ ଯୁବତୀ ଉପସ୍ଥିତ ହୋଇଥିଲେ। ଏନେଇ କାଶୀନଗର ସମସ୍ତ ଛାତ୍ରଛାତ୍ରୀ, କ୍ରୀଡାକରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ l