ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସେବା ଭବନ ଘେରିବ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗ ନେଇ ଆସନ୍ତା 26 ତାରିଖ ରେ ଭୁବନେଶ୍ୱର ଲୋକସେବା ଭବନ ଘେରିବ କଂଗ୍ରେସ। ବିଜେଡ଼ି ଓ ବିଜେପି ସରକାରର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ ଘେରାଉ କରିବ କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲା କଂଗ୍ରେସ ମୁଖପାତ୍ର ଅଶୋକ ସ୍ୱାଇଁ।
ତେବେ ରାଜ୍ୟରେ ଦୀର୍ଘ 24 ବର୍ଷ ଧରି ବିଜେଡ଼ି ସରକାର ଏବଂ କେନ୍ଦ୍ର ରେ 10 ବର୍ଷ ଧରି କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମୌଳିକ ସେବା ଯୋଗାଇଦେବା ପରିବର୍ତେ ଏହି ଦୁଇ ସରକାର ସାଧାରଣ ଜନତାଙ୍କୁ ଲୁଟ କରିଚାଲିଛନ୍ତି । ଏକ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି 20 ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି,33 ହଜାର କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଯୋଜନାର ଠିକା ଦୁର୍ନୀତି, ବିଦ୍ୟୁତ କ୍ଷେତ୍ରର ଭିତିଭୂମିର ପୁର୍ନବିନ୍ୟାସ ପାଇଁ 35 ହଜାର କୋଟି ଟଙ୍କା ଖର୍ଚ୍ଚର ଦୁର୍ନୀତି, ର ଗନ୍ତାଘର ପାଲଟି ଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ।
ଏହାବ୍ୟତୀତ ରାଜ୍ୟର ସମସ୍ତ ବ୍ଲକକୁ 35% ଜଳସେଚନ ଯୋଗାଇବାରେ ବିଫଳତା, କୃଷକ ଆତ୍ମହତ୍ୟା, କୃଷକ ଋଣଭାରରେ ବୁଡ଼ି ରହିବାଏବଂ ରାଜ୍ୟରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ହୋଇନପାରିବା ଏବଂ ରାଜ୍ୟରେ ମହିଳାମାନଙ୍କର ସମସ୍ୟା ଆଜି ଅତ୍ୟନ୍ତ ଉତ୍କଟ ଓ ବିପଦଜନକ ରହିଛି । ତେଣୁ ଆସନ୍ତା ସୋମବାର ହଜାର ହଜାର କଂଗ୍ରେସ କର୍ମୀ ଲୋକସେବା ଭବନ ଘେରି ଏହି ଦିଗରେ ସମାଧାନ ଆଣିବା ସରକାର ଙ୍କୁ ଚେତାବନୀ ଦେବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।