୩୦୦ବର୍ଷର ପୁରୁଣା ଗୋସାଇଁ ନୂଆଗାଁର ପ୍ରସିଦ୍ଧ କାଳୁଆ ଯାତ୍ରା

0

(ବ୍ରହ୍ମପୁର);ଆଉ ଦିନକ ପରେ ବ୍ରହ୍ମପୁରର ଗୋସାଇଁ ନୂଆଗାଁର ପ୍ରସିଦ୍ଧ କାଳୁଆ ଯାତ୍ରା । ଏଥିପାଇଁ ବେସ ତତ୍ପର ହୋଇ ଉଠିଛି ପୂଜା କମିଟି ଓ ସାହିବାସିନ୍ଦା। ଯାତ୍ରା ପାଇଁ ଗୋସାଇଁନୂଆଗାଁ ହୋଇପଡିଛି ଉତ୍ସବ ମୁଖର । ୩୦୦ ବର୍ଷର ପୁରୁଣା ଗୋସାଇଁନୂଆଗାଁର ପ୍ରସିଦ୍ଧ କାଳୁଆ ଯାତ୍ରାର ଇତିହାସ । ପବିତ୍ର ମହାଳୟା ଅମାବାସ୍ୟା ରାତିରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଥାଏ ଏହି ଐତିହାସିକ ଯାତ୍ରା। ଅକ୍ଟୋବର ୧୪ର ଏହି ଯାତ୍ରା ଆରମ୍ଭ ହୋଇ ୨୮ରେ ଶେଷ ହେବ। ପରମ୍ପରା ଅନୁଯାୟୀ ଅମାବାସ୍ୟା ଦିନ ବିଶାଳ ପଟୁଆରରେ ଗ୍ରାମବାସୀ ମାଙ୍କ ମୂଳ ପୀଠରେ ପହଞ୍ଚିବା ପରେ ବଡ଼ ସାହି ମଣ୍ଡପକୁ ବିଜେ କରିବା ପାଇଁ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଚଣ୍ଡିପାଠ, ହୋମ ଆଦି କରାଯିବ । ସେଠାରୁ ମା’ଙ୍କୁ ଆଣି ନଗର ପରିକ୍ରମା କରାଇ ବଡ଼ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ବିଜେ କରାଇବେ। ଯାତ୍ରା ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି ପୂଜା ସମୟରେ ମନୋରଞ୍ଜନ ପାଇଁ ଅପେରା ପରିବେଷଣ, ଆଧୁନିକ, ପୌରାଣିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଯାତ୍ରାକୁ ଧୁମଧାମରେ ପାଳନ କରିବାକୁ ଯୋଜନା ରଖାଯାଇଥିବା କହିଛନ୍ତି କାଳୁଆ ପୂଜା କମିଟିର ସଭାପତି ଜଗନ୍ନାଥ ଚୌଧୁରୀ । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୨୦ରୁ ଅଧିକ ସିସିଟିଭ ଲଗାଯିବ । ୧୦୦ରୁ ଅଧିକ ସ୍ୱେଚ୍ଛାସେବୀ ଯାତ୍ରା ପରିଚାଳନାରେ ସହଯୋଗ କରିବେ । ପୂଜାକୁ କିପରି ସୁଚାର ରୂପେ ପାଳନ କରାଯିବ ସେଥିପ୍ରତି ବିଶେଷ ଧ୍ୟାନ ଦେବେ ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here