ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ ନ୍ୟାୟ ଦିୟ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଆଜି ଦିନ ୧୨.୦୦ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ର ସଭାଗହରେ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ସୋଇଥିଲା।
ଏଥିରେ ମୂଖ୍ୟ ଅତିଥି ଶ୍ରୀ ଚିନ୍ମୟ କୁମାର ହୋତା,ଜୁବ କଂଗ୍ରେସ ପ୍ରହରୀ, ଗଜପତି ଜିଲ୍ଲା, ଅଭିମନ୍ୟୁ ପଣ୍ଡା, ପୂର୍ବତନ ପୈାରପରିଷଦ ର ଉପାଧ୍ୟକ୍ଷ, ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ୍ ସଭାପତି,ଜସ୍ମୀନ ସାରଫ ରଫି,ଉପ ସଭାପତି ଯୁବ କଂଗ୍ରେସ, ସୂର୍ଯ୍ୟ ନାରାୟଣ ପାତ୍ର ଯୁବ କଂଗ୍ରେସ ସଭାପତି ମଞ୍ଚାସିନ ଥିବା ବେଳେ ବହୁତ ଯୁବ କଂଗ୍ରେସ ନେତା କର୍ମୀମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ର ମୁଖ୍ୟ ପ୍ରସଙ୍ଗ ହେଉଛି ଦେଶରେ ବିଜେପି ମୋଦି ସରକାରଙ୍କ ବେରଜଗାର ଙ୍କୁ ରୋଜଗାର ନଦେବା ଓ ସମସ୍ତ ଆସବାବ ସାମଗ୍ରୀ ଊପରେ ଦର ଦାମ ବୃଦ୍ଧି ଏବଂ ଓଡିଶା ର ବିଜେଡ଼ି ସରକାର ଯୁବକ ଛାତ୍ର ମାନଙ୍କୁ ବ୍ୟବହାର କରିବା ଏବଂ ଛାତ୍ର ମାନଙ୍କୁ ବାଧ୍ୟତାମୂଳକ ଭାବେ ପାଠ୍ୟ କାର୍ଯ୍ୟକ୍ରମରେ ମାର୍କ କମେଇ ଫେଲ ଦିଆଯିବା ଭୟ ଦେଖାଇ କରେଇ ପିଲାଙ୍କୁ ନୂଆ ଓ କାର୍ଯ୍ୟକ୍ରମ କୁ ନେଇ ମେଧାବୀ ଛାତ୍ର ଭବିଷ୍ୟତକୁ ଉପରେ ପାଣ୍ଡିଆନ ଖେଳୁଛନ୍ତି।
ସେହିପରି ରାଜ୍ୟ ବିଜେଡ଼ି ସରକାର ଦେଶରେ ବିଜେପି ସରକାର ସଲାହା ସୁତରା ରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ହେଉନଥିବା ପରିପ୍ରକାଶ କରି ଥିଲେ।ପରି ସେଷରେ ଗତକାଲି ଜୁବ କଂଗ୍ରେସ ସଭାପତି ବୋଲାଉଥିବା ତପନ ବିଶ୍ବାଳ ନିଜକୁ ତାହା ମିଥ୍ୟା ଭିତ୍ତିହୀନ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଆଜି ରାଜ୍ୟ ଜୁବ କଂଗ୍ରେସ ର ଦାଇତ୍ୱ ରେ ଥିବା ଶ୍ରୀ ଚିନ୍ମୟ କୁମାର ହୋତା ଗଜପତି ପର୍ଯ୍ୟବେକ୍ଷକ ସାମ୍ବାଦିକ ଙ୍କୁ କହିଥିଲେ।