ବାରବାଟୀ ଷ୍ଟାଡିଅମ ନବକଳେବର ବିବାଦ ରେ ପଡୁନି ପୂର୍ଣ୍ଣଛେଦ : ଷ୍ଟାଡିଅମ ନ ଭାଙ୍ଗିବା ପାଇଁ ପ୍ରଶ୍ନ ଉଠାଇଲା ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଟକ ବାରବାଟୀ ଷ୍ଟାଡିଅମ ନବକଳେବର ବିବାଦ ରେ ପଡୁନି ପୂର୍ଣ୍ଣଛେଦ। ଷ୍ଟାଡିଅମ ନ ଭାଙ୍ଗିବା ପାଇଁ ପ୍ରଶ୍ନ ଉଠାଇଲା ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ। ଷ୍ଟାଡିଅମ ଭାଙ୍ଗି ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ବିସିସିଆଇ ଓ ଓସିଏ ମିଶି ଷ୍ଟାଡିଅମ କୁ ନୂଆ ରୂପ ଦେବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଯାହା କେବେବି ଗ୍ରହଣୀୟ ନୁହଁ । ପ୍ରତ୍ୟକ ଓଡ଼ିଆ ମାନଙ୍କ ବିଶ୍ୱାସ ଓ ଐତିହ କୀର୍ତ୍ତୀରାଜି ସହିତ ଜଡିତ ରହିଛି ଏହି ବାରବାଟୀ ଷ୍ଟାଡିଅମ। ତେବେ ବାରବାଟୀ ଷ୍ଟାଡିୟମର ଐତିହ୍ୟ ଓ କାର୍ତିରାଜିକୁ ଅକ୍ଷୁଣ୍ଣ ରଖି ରୁପାନ୍ତିକରଣ କରାଗଲେ ଏହା ଠିକ ବୋଲି ଦାବି କରିଛି ଶଂସଦ। ଏହାସହ ଷ୍ଟାଡିଅମ ର ଯିଏ ନିର୍ମାତା ସ୍ୱର୍ଗତ ଭୈରବ ଚନ୍ଦ୍ର ମହାନ୍ତି ଙ୍କ ଏକ ବଡ଼ ପ୍ରତିମୂର୍ତି ଷ୍ଟାଡିଅମ ନିକଟରେ ରଖିବା ପାଇଁ ମଧ୍ୟ ଦାବି କରିଛନ୍ତି ସ୍ମୃତି ସଂସଦର କର୍ମକର୍ତା।

ତେବେ 1950 ମସିହାରେ ନିର୍ମିତ ହୋଇଥିଲା ଏହି ଐତିହାସିକ ବାରବାଟୀ ଷ୍ଟାଡିଅମ। । ସରକାରୀ ଅନୁଦାନ ବିନା ଏହି ଷ୍ଟାଡିଅମ କୁ ଗଢ଼ିବା ପାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭୈରବ ଚନ୍ଦ୍ର ମହାଭିଙ୍କର ଅବଦାନ ଓ ବଳିଦାନ ଓଡ଼ିଆ ଜାତି ପାଖରେ ଚିରସ୍ମରଣୀୟ ରହିଛି। ଷ୍ଟାଡିୟମ ନିର୍ମାଣ ପାଇଁ ସେତେବେଳ ବାଉବାଟା ରାଫେଲ୍‌ ନାମରେ ଏକଟଙ୍କିଆ ଟିକେଟ କରି ଉଦ୍ୟୋକ୍ତାମାନେ ସାଇକେଲରେ ଦୁଆର ଦୁଆର ବୁଲି ଟିକେଟ ବିକ୍ରି କରି ଲବ୍ଧ ଅର୍ଥରୁ ଏହି ଷ୍ଟାଡିୟମ ନିର୍ମାଣ କରିଥିବା ହେତୁ ଏହାକୁ ଟଙ୍କିକିଆ ଷ୍ଟାଡିୟମ ମଧ୍ୟ କୁହାଯାଏ ବୋଲି ସ୍ପଷ୍ଟ କରିଛି ସଂସଦ।

ତେବେ ରାଜ୍ୟ ସରକାର, ବି.ସି.ସି.ଆଇ ଏବଂ ଓ.ସି.ଏ ଏହି ଦିଗରେ ପୁନଃ ଚିନ୍ତା କରିବାର ଆବଶ୍ୟକତା ରହିଛି। କାହିଁକି ନା ଓଡ଼ିଶାର ଗର୍ବ ଗୌରବ ତଥା ଅନେକ କ୍ରୀଡ଼ାବିତମାନଙ୍କର ଏନ୍ତୁଡ଼ିଶାଳ ଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଓ ଏହାର ହୃଦଗୌରବ, ଇତିହାସ ସହିତ ସାଢ଼େ ଚାରିକୋଟି ଓଡ଼ିଆଙ୍କର ଭାବାଦେଶ ଜଡ଼ିତ ଥିବାରୁ ଇତିହାସର ଏହି ମୂକସାକ୍ଷୀକୁ ଅକ୍ଷୁଣ୍ଣ ରଖ ଏହାର ରୂପାରିକରଣ କରିବା ପାଇଁ ନିବେଦନ କରିଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ।

LEAVE A REPLY

Please enter your comment!
Please enter your name here