ସାମାନ୍ୟ ବର୍ଷାରେ ହସ୍ପିଟାଲ ଭିତରେ ପଶିଲା ପାଣି

0

ଆସିକା ( ବିପ୍ଲବୀ ପରିକ୍ରମା ):- ଦୁଇ କୋଟି ଟଙ୍କା ବ୍ୟୟ ରେ ଗତ ୧୭ ତାରିଖ ଦିନ ଆସିକା ଉପଖଣ୍ଡ ଚିକିତ୍ସାଳୟ ରୂପାନ୍ତିକରଣ କୋଠାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରନସିଂ ମଧ୍ୟମରେ ଉଦ୍ଦାଘାଟନ କରିଥିବା ବେଳେ ସାମାନ୍ୟ ବର୍ଷା ରେ ହସ୍ପିଟାଲ ରେ ପାଣି ପସିବା ବିଷୟ ଜନ ସାଧାରଣକୁ ବ୍ୟଥିତ କରିଛି l ରବିବାର ମଧ୍ୟାନ୍ନ ରେ ପ୍ରାୟ ଅଧଘଣ୍ଟା ସମୟ ଧରି ଲଗାଣ ବର୍ଷା ହେବାରୁ ହସ୍ପିଟାଲ ମଧ୍ୟରେ ପାଣି ପଶିଯାଇଥିଲା l ମେଡିକାଲ ଯିବାର ପ୍ରବେଶ ପଥ ରେ ଆଣ୍ଠୁଏ ପାଣି ଜମି ରହିଥିଲା l ମେଡିକାଲ ମଧ୍ୟରେ ଥିବା ଡ୍ରେସିଂ କକ୍ଷ, ଡାକ୍ତରଙ୍କ ଚିକିତ୍ସା କକ୍ଷ, ହସ୍ପିଟାଲ ହଲ ମଧ୍ୟରେ ବର୍ଷା ଜଳ ପ୍ରବାହିତ ହେବାରୁ ସାଧାରଣରେ ଅସନ୍ତୋଷ ବ୍ୟାପିଛି l ଏପରିକି ଗର୍ଭବତୀ,ପ୍ରସୂତୀ ମହିଳାଙ୍କ ପାଇଁ ପାଣି ଜମିବା ଘଟଣା ବିପଦ ହୋଇପାରେ ବୋଲି ରୋଗୀଙ୍କ ସମ୍ପର୍କୀୟ ଲୋକ ମାନେ ଡାକ୍ତରଖାନା ର ଏହି ଅବବ୍ୟସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି l

ପ୍ରକାଶ ଥାଉ କି ଗତ ଏକ ମାସ ମଧ୍ୟରେ ହସ୍ପିଟାଲ ର ରୂପାନ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ କାନ୍ଥ ରୁ ଟାଇଲ ଖସି ପଡିବା ବିଷୟ କୁ ନେଇ ଅତିରିକ୍ତ ଜିଲ୍ଲାପାଳ ପରିଦର୍ଶନ ସମୟ ଏହି ଘଟଣା କୁ ନେଇ କ୍ଷୁବ୍ଧ ହୋଇ ଥିଲେ l ସେହିଭଳି ମୁଖ୍ୟ ଗେଟ ର ଛାତ ଭୁଶୁଡି ଶ୍ରମିକ ଆହତ, ସାମାନ୍ୟ ବର୍ଷା ହେଲେ ବର୍ଷା ଜଳ ମେଡିକାଲ ମଧ୍ୟରୁ ପାଣି ନିଷ୍କାସନ ନହେବା ଫଳରେ ସଫେଇ କର୍ମଚାରୀ ମାନଙ୍କ ଦ୍ୱାରା ପାଣି ବାହାର କରିବା ଘଟଣା ନିମ୍ମ ମାନର କାମକୁ ଲୁଚାଇବା କୁ ଉଦ୍ୟମ ଚାଲିଛି l ସେହିଭଳି ବିଦ୍ୟୁତ କାମ ଚାଲିଥିବା ବେଳେ ସର୍ଟ ସର୍କିଟ ହୋଇ କ୍ଷୟ କ୍ଷତି ହେବା ଘଟଣା କିଛି ଅଛପା ନାହିଁ l

ତେବେ ସରକାରଙ୍କ ଅର୍ଥ କୁ ଶ୍ରଦ୍ଧ କରିବା ପାଇଁ ଠିକାଦାର ଠାରୁ ଆରମ୍ଭ କରି ନେତା ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତ କୁ ହସ୍ପିଟାଲ କତୃପକ୍ଷ ନିମ୍ନ ମାନର କାର୍ଯ୍ୟକୁ ଅଣଦେଖା କରିବାରୁ ମେଡିକାଲ ରେ ଏଭଳି ପରିସ୍ଥିତି ଉପୁଜିଛି l ଏସମ୍ପର୍କେ ପୂର୍ତ୍ତ ବିଭାଗ ର ଅଧିକାରୀଙ୍କୁ ପଚାରିବାରୁ ଏହି କାମ ଡ୍ରେନଜ ବିଭାଗ ର କାମ କହି ଚତୁରତା ସହ କଥା କୁ ଏଡାଇ ଦେଇଛନ୍ତି l ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଶୀଘ୍ର ଏହି ଡ୍ରେନ କାମ ସାରିବାକୁ ଠିକାଦାରଙ୍କୁ କହିଛନ୍ତି l

LEAVE A REPLY

Please enter your comment!
Please enter your name here