କଟକ ( ବିପ୍ଲବୀ ପରିକ୍ରମା ):- ଡ୍ରିଙ୍କରେ ନିଶା ଟାବଲେଟ୍ ଦେଇ ରାସ୍ତା କଡ ଫେରିବାଲା ଓ ଫଳ ବ୍ୟବସାୟୀ ଙ୍କ ଠାରୁ ଲୁଟ୍ । ଫେବ୍ରୁଆରୀ ୧୫ ତାରିଖ ରୁ ୧୯ ତାରିଖ ଭିତରେ ହୋଇଥିଲା ଚାରିଟି ଲୁଟ୍ । ଗତ ୧୯ ଫେବୃୟାରୀ ରେ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ପୋଲିସ ନଜରକୁ ଆସିବା ପରେ ବାଦାମବାଡ଼ି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜଣଙ୍କୁ ଗିରଫ କରିଛି ଗିରଫ ବ୍ୟକ୍ତିଙ୍କ ନାଁ ପ୍ରମୋଦ କୁମାର ଦାସ ଘର ମାହାଙ୍ଗା ଅଞ୍ଚଳରେ । ଅଭିଯୁକ୍ତ ପ୍ରମୋଦ ଠୁ ୭୦୦୦ ଚୋରି ଟଙ୍କା ୧୫୩ ପିସ୍ ନିଶା ଟାବଲେଟ୍ ଏବଂ ୫ ଟି ମୋବାଇଲ୍ ଜବତ୍ କରିଥିବା କଥା ସାମ୍ବାଦିକ ସମିଳନୀ ରେ ସୂଚନା ଦେଲେ ଜୋନ ୬ ଏସିପି ସ୍ଵସ୍ତିକ ପଣ୍ଡା।